xmas

ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ମାଲକାନଗିରି ଜିଲ୍ଲାର ୧୦ ଜଣ ବିଜେପିର ସକ୍ରିୟ କାର୍ଯ୍ୟକର୍ତ୍ତା ବିଜେପି ଛାଡି ବିଜେଡିରେ ସାମିଲ ହେଲେ

ମାଲକାନଗିରି: ବଢୁଛି ବିଜୁ ଜନତା ଦଳ ପ୍ରତି ଲୋକଙ୍କ ଭଲ ପାଇବା । ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟରେ ଆକୃଷ୍ଟ ହୋଇ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବାଲିମେଳା ଏନ.ଏ.ସି ୧୦ ଜଣ ସକ୍ରିୟ କାର୍ଯ୍ୟକର୍ତ୍ତା ମାଲକାନଗିରି ସହରର ସ୍ୱାଗତ ହୋଟେଲ ଠାରେ ମାଲକାନଗିରି ବିଜୁ ଜନତା ଦଳ ତରଫରୁ ଆୟୋଜିତ ମିଶ୍ରଣ ପର୍ବରେ ମାନ୍ୟବର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଆଜି ୧୦ ଜଣ ବିଜେପିର ସକ୍ରିୟ କାର୍ଯ୍ୟକର୍ତ୍ତା ବିଜେପି ଜିଲ୍ଲା ଉପ ସଭାପତି ଚିତ୍ରସେନ ସ୍ୱାଇଁ, ବାଲିମେଳା ବିଜେପି ଉପ ସଭାପତି ବିଜୟ ଦାସ, ବାଲିମେଳା ବିଜେପି କୃଷକ ମୋର୍ଚ୍ଚା ସଭାପତି ତ୍ରିନାଥ କୁମାର ସାହୁ, ବାଲିମେଳା ବିଜେପି ଏସ୍ ଟି ସଭାପତି ପୁର୍ଣ ଚନ୍ଦ୍ର ଚାଲାଣ, ବିଜେପି ସାଧାରଣ ସମ୍ପାଦକ ସୀମାଞ୍ଚଳ ପ୍ରଧାନ, ବାଲିମେଳା ବିଜେପିର ସକ୍ରିୟ ସଦସ୍ୟ ଭାବେ ରମେଶ କୁମାର ଯାନୀ, ଅମୂଲ୍ୟ ମାଛ ,ପୁରୁଷୋତ୍ତମ ମୁଦୁଲି ,ପୁର୍ଣଚନ୍ଦ୍ର ବିଶ୍ୱାଳ ଓ ମାଥିଲି ବ୍ଲକ ର ବିଜେପି ପୂର୍ବତନ ଜୋନ୍ ସଭାପତି ରଞ୍ଜିତ କୁମାର ଦାସ ପ୍ରମୁଖ ବିଜୁ ଜନତା ଦଳରେ ସାମିଲ ହେଲେ । ଏହି ଯୋଗଦାନ ଲୋକଙ୍କ ସେବା ପ୍ରତି ବିଜୁ ଜନତା ଦଳର ସଙ୍କଳ୍ପକୁ ଆହୁରି ଦୃଢ଼ କରିଛି ।

ଏହି ମିଶ୍ରଣ ପର୍ବରେ ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ ବିଧାୟକ ଜୁନାଗଡ଼ ତଥା ମାଲକାନଗିରି ଜିଲ୍ଲା ପର୍ଯ୍ୟବେକ୍ଷକ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର, ବବି ଭାଇଙ୍କ ସ୍ୱତନ୍ତ୍ର ପ୍ରତିନିଧି ପ୍ରକାଶ କୁମାର ମହାନ୍ତି, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ମାଲକାନଗିରି ଜିଲ୍ଲା ବିଜୁ ଜନତା ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ପୁର୍ଣଚନ୍ଦ୍ର ବାକା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡ଼ମା ରାବା, ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୁର୍ଗା ତ୍ରିପାଠୀ, ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ବରିଷ୍ଠ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ବିଜେଡି ଉପ ସଭାପତି ନୃସିଂହ ଚରଣ ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାକର ପ୍ରଧାନ, ଜାଗା ମିଶନ ଉପଦେଷ୍ଟା ହରି ଶଙ୍କର ରାଉତ, ଜିଲ୍ଲା ଆଇନଜୀବୀ ସାମୁଖ୍ୟ ସଭାପତି ଗୋପାଳ କୃଷ ପଣ୍ଡା, ସାଧାରଣ ସମ୍ପାଦକ ଶୁଭେନ୍ଦୁ ପଟ୍ଟନାୟକ, ପର୍ଯ୍ୟବେକ୍ଷକ ମୁନି ସାମନ୍ତରାୟ, ପର୍ଯ୍ୟବେକ୍ଷକ ପ୍ରସାଦ ବିଡିକା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.