xmas

ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ

୧୯୯୫ ରୁ ୨୦୦୦ ପର୍ଯ୍ୟନ୍ତ ପିପିଲିର ବିଧାୟକ ଥିଲେ ଯୁଦ୍ଧିଷ୍ଠିର।

ଭୁବନେଶ୍ବର: ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଯୁଧିଷ୍ଠିରଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ଭାଇ ସୂଚନା ଦେଇଛନ୍ତି।

୧୯୯୫ ରୁ ୨୦୦୦ ପର୍ଯ୍ୟନ୍ତ ପିପିଲିର ବିଧାୟକ ଥିଲେ ଯୁଦ୍ଧିଷ୍ଠିର। ସେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ। ୧୯୮୪ ରୁ ୧୯୯୦ ପର୍ଯ୍ୟନ୍ତ ଥିଲେ ପିପିଲି ବ୍ଲକ ଚେୟାରମ୍ୟାନ ମଧ୍ୟ ଥିଲେ। ଯୁଦ୍ଧିଷ୍ଠିର ଟାଣୁଆ କଂଗ୍ରେସ ନେତା ଥିଲେ। 

୧୬ ମାର୍ଚ୍ଚ ୧୯୫୩ ମସିହାରେ ଯୁଦ୍ଧିଷ୍ଠିର ଜନ୍ମଗ୍ରହଣ କରିଥିଲେ। ଯୁଦ୍ଧିଷ୍ଠିର ବାପାଙ୍କ ନାମ ଥିଲା ବିଶ୍ୱନାଥ ସାମନ୍ତରାୟ ଓ ମା’ଙ୍କ ନାମ ଥିଲା ମିନାକ୍ଷୀ ସାମନ୍ତରାୟ। ଯୁଦ୍ଧିଷ୍ଠିରଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.