xmas

ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ କିନ୍ନର ମାନଙ୍କ ଭୋଟର ପଞ୍ଜିକରଣ ଏବଂ ଅଂଶଗ୍ରହଣ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ

ମାଲକାନଗିରି, ୧୯.୧୦.୨୦୨୩: ମାଲକାନଗିରି ପୌରପାଳିକା ଆନୁକୁଲ୍ୟରେ ମାଲକାନଗିରି ଟାଉନ୍ ହଲ ଠାରେ ଆଜି ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ କିନ୍ନର ମାନଙ୍କ ଭୋଟର ପଞ୍ଜିକରଣ ଏବଂ ଅଂଶଗ୍ରହଣ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଉପ-ଜିଲ୍ଲାପାଳ ତଥା ଭୋଟର ପଞ୍ଜିକରଣ ଅଧିକାରୀ ଡ. ଅକ୍ଷୟ କୁମାର ଖେମୁଣ୍ଡୁ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ନିର୍ମଳ ଧରୁଆ, ମାଲକାନଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପ୍ରଭାତି ଝଡିଆ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ସସ୍ମିତା ସ୍ୱାଇଁ, ମାଲକାନଗିରି ପୌରପାଳିକାର ନିର୍ବାହୀ ଅଧିକାରୀ ତଥା ଉପ ପଞ୍ଜୀକରଣ ଅଧିକାରୀ, କାହ୍ନୁଚରଣ ପଟ୍ଟନାୟକ ଏବଂ ବରିଷ୍ଠ ନାଗରିକ ଅଭିରାମ ଦାସ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ନିର୍ବାହୀ ଅଧିକାରୀ ସ୍ବାଗତ ଭାଷଣ ଅର୍ପଣ କରିଥିଲେ ଏବଂ ସମସ୍ତ ଅତିଥି ନିଜ ନିଜର ବକ୍ତବ୍ୟ ଦେଇଥିବା ବେଳେ ଉପଜିଲ୍ଲାପାଳ ଡ଼. ଅକ୍ଷୟ କୁମାର ଖେମୁଣ୍ଡୁ ନିଜ ବକ୍ତବ୍ୟରେ କହିଥିଲେ ଯେ, ଗଣତନ୍ତ୍ରର ବଡ଼ ପର୍ବ ନିର୍ବାଚନରେ କିଭଳି ସବୁ ବର୍ଗର ଲୋକେ ଅଂଶଗ୍ରହଣ କରିବେ । ସେମାନେ ବରିଷ୍ଠ ନାଗରିକ ହୁଅନ୍ତୁ କି ଦିବ୍ୟାଙ୍ଗ ହୁଅନ୍ତୁ ବା କିନ୍ନର ହୁଅନ୍ତୁ ସମସ୍ତଙ୍କର ଅଧିକାର ରହିଛି ମତଦାନ କରିବା। ବିଶେଷ କରି ଏହି ବର୍ଗର ଭୋଟର ମାନଙ୍କ ପାଇଁ ଅଗ୍ରାଧିକାର ସହ ସ୍ଵତନ୍ତ୍ର ଧାଡ଼ି ବ୍ୟବସ୍ଥା ରହିଛି ଏବଂ ବିଗତ ନିର୍ବାଚନରେ ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ସ୍ଵତନ୍ତ୍ର ଗାଡ଼ିର ବ୍ୟବସ୍ଥା ସହ ଭୋଟ ଦାନ କେନ୍ଦ୍ରରେ ହୁଇଲ୍ ଚେୟାରର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ବୋଲି ସମସ୍ତଙ୍କୁ ଅବଗତ କରାଇଥିଲେ ।ଶେଷରେ ସମସ୍ତ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ କିନ୍ନର ମାନଙ୍କୁ ଆଗାମୀ ନିର୍ବାଚନରେ ନିଶ୍ଚିତ ରୂପେ ଅଂଶଗ୍ରହଣ କରି ନିଜ ଅଧିକାରକୁ ସାବ୍ୟସ୍ତ କରିବାକୁ ଆହ୍ବାନ କରିଥଲେ। କାର୍ଯ୍ୟକ୍ରମରେ ସନଥ ସରକାର ମଞ୍ଚ ପରିଚାଳନା କରିଥିଲେ ଏବଂ ବାଲାମୋହନ ପଟ୍ଟନାୟକ ଓ ଅରବିନ୍ଦ ବିଶ୍ୱାସ ସହଯୋଗ କରିଥିଲେ । ପରିଶେଷରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶୁଭଶ୍ରୀ ମଲ୍ଲିକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.