xmas

ମାଲକାନଗିରି ବ୍ଲକର ୧୯ଟି ପଞ୍ଚାୟତରେ ଗୃହ ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଟିତ

ମାଲକାନଗିରି: ମାଲକାନଗିରି ପଞ୍ଚାୟତ ସମିତି ଅଧିନସ୍ଥ ୧୯ଟି ପଞ୍ଚାୟତରେ ଗୃହ ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝଡିଆ ଯୋଗ ଦେଇ ପ୍ରଥମେ ଘର ସମ୍ପୂର୍ଣ୍ଣ କରିଥିବା ହିତାଧିକାରୀଙ୍କୁ ପୁରସ୍କୃତ କରିଥିଲେ। ଆଜି ଶାରଦୀୟ ଦୁର୍ଗାପୂଜା ଅବସରରେ ମାଲକାନଗିରି ପଞ୍ଚାୟତ ସମିତିର ୧୯ ଗୋଟି ପଞ୍ଚାୟତରେ ଗୃହ ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସୁଶ୍ରୀ ପ୍ରଭାତୀ ଝଡିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ମାଲକାନଗିରି ବିଭିନ୍ନ ହିତାଧିକାରୀଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ନିର୍ମିତ ଘରକୁ ବୁଲି ଗୃହ ପ୍ରବେଶ ଉତ୍ସବରେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସିନ୍ଧ୍ରିମାଲ ଗ୍ରାମ ପଞ୍ଚାୟତର ସରପଞ୍ଚ ଘାସି ନାୟକ ,ଜି ଆର ଏସ୍ ଏବଂ ବିପିସି ମନୋରଞ୍ଜନ ଦାଶ ଯୋଗ ଦେଇଥିଲେ। ମାଲକାନଗିରି ବ୍ଳକର ୧୯ଟି ପଞ୍ଚାୟତର ମୋଟ ୧୫୨ ଗୋଟି ଗୃହ ପ୍ରବେଶ କରାଯାଇଛି।

Leave A Reply

Your email address will not be published.