xmas

ଶିଶୁ ବାଣ୍ଟିଲେ ବିଶ୍ଵଶାନ୍ତି ବାର୍ତ୍ତା

କଟକ, ୧୪/୧୧: ସାମାଜିକ ସଂଗଠନ ଆମ ସମ୍ବଳ ତରଫରୁ ଶିଶୁ ମହୋତ୍ସବ-୨୦୨୩ ଅଭିନବ ଉପାୟରେ ପାଳନ କରାଯାଇଥିଲା । ଏହି ମହୋତ୍ସବ ଅନୁଷ୍ଠାନର ସଭାପତି ଡକ୍ଟର ସୁଶାନ୍ତ କୁମାର ମହାପାତ୍ରଙ୍କ ସଭାପତିରେ କେଶରପୁର ସ୍ଥିତ ମହାମାୟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଶିଶୁ ସାହିତ୍ୟିକ ବିଜୟ କୁମାର ନାଥ ଏବଂ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ମିଶ୍ର, ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ତଥା ଶିକ୍ଷାବିତ ସୋମନାଥ ରାଉତ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟା ଆଭାରାଣୀ ବୋଷ ପ୍ରମୁଖ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ। ପରେ ବିଶ୍ଵଶାନ୍ତି ପାଇଁ କୁନି କୁନି ପିଲାମାନେ ପୋଷ୍ଟର, ବ୍ୟାନର ପ୍ରଦର୍ଶନ କରି ପଦଯାତ୍ରା ମାଧ୍ୟମରେ ବିଶ୍ବସମୁଦାୟଙ୍କୁ ଶାନ୍ତିର ବାର୍ତ୍ତା ବାଣ୍ଟିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ବିଶ୍ବଶାନ୍ତି ପାଇଁ ଏକ ସ୍ଲୋଗାନ ପ୍ରତିଯୋଗିତା କରାଯାଇଥିଲା । ଏଥିରେ ବିଭିନ୍ନ ଜିଲ୍ଲାରୁ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ। କୃତି ପ୍ରତିଯୋଗୀଙ୍କୁ ଉକ୍ତ ଉତ୍ସବରେ ପୁରସ୍କାର ପ୍ରଦାନ କରାଯାଇଥିଲା। ଉପସଭାପତି ବିକ୍ରମ ଦାଶ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସମ୍ପାଦକ ମାନସ ରଂଜନ ପରିଡ଼ା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅନୁଷ୍ଠାନର କୋଷାଧ୍ୟକ୍ଷା ପ୍ରଭାସିନୀ ଜେନା, ଯୁଗ୍ମ ସମ୍ପାଦକ ମହାଶିଷ ପ୍ରସାଦ, ପୁଷ୍ପାଙ୍କ ବାନାର୍ଜୀ, ଏମ୍.ଡି କଲିମ, ମନ୍ମଥ ସାହୁ, ଶୁଭ୍ରାନ୍ତ ଦାସ, ଲକ୍ଷ୍ମୀଧର ଦାସ, ବିନିତା ନନ୍ଦୀ, ମୈତ୍ରୀ ସାହୁ, ଅନୁଷ୍କା ପରିଡ଼ା ଏବଂ ଅଭିଭାବକମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.