xmas

ମୁକ୍ତା ଯୋଜନା ଅନ୍ତର୍ଗତ ଖୋଲା ସ୍ଥାନର ଉନ୍ନତିକରଣ ଉଦଘାଟନ

ମାଲକାନଗିରି: ରାଜ୍ୟ ସରକାର ଲୋକାଭିମୁଖୀ ଜନ କଲ୍ୟାଣ ଯୋଜନା ମୁକ୍ତା ଯୋଜନା ରେ ମହିଳା ମାନେ କିପରି ସ୍ବାବଲମ୍ବୀ ହେବେ ସେହି ମୁକ୍ତା ଯୋଜନା ଅନ୍ତର୍ଗତ ମାଲକାନଗିରି ପୌର ପରିଷଦରେ ୱାର୍ଡ ନମ୍ବର ୧୮ର ସେଣ୍ଟ୍ରାଲ ନର୍ସରୀ ନିକଟସ୍ତ ଖୋଲା ସ୍ଥାନ ଉନ୍ନତିକରଣର ଶୁଭ ଉଦଘାଟନ ସମ୍ମାନୀୟ ପୌର ପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକଙ୍କ ଦ୍ଵାରା କରାଯାଇଥିଲା । ଏହି ଅବସରରେ ବିଡିଓ ତଥା ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡ଼ିଆ ,ପୌର ପରିଷଦ ଉପାଧକ୍ଷା କବିତା ମାହୁନ୍ତ, ଏମ ୟୁ ଜେ ସଭାପତି ଦେବ ପ୍ରସାଦ ଦାସ, ପୌର ଯନ୍ତ୍ରୀ ଇନ୍ଦୁ ମାଧବ ସରକାର, ମୁକ୍ତା ଇମ୍ପ୍ଲେ ମେଣ୍ଟସେନ ଏକ୍ସପଟ ପ୍ରଣୟ କୁମାର କ୍ଷେମୁଣ୍ଡୁ, କାଉନସିଲର ରୁଚି ଅନ୍ତିଆ ଏବଂ ଏହି ଉନ୍ନତିକରଣ କାର୍ଯ୍ୟ କରିଥିବା ବସୁନ୍ଧରା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ରହିଥିଲେ । ଏହି ଖୋଲା ଉନ୍ନତିକରଣ ଦ୍ଵାରା ସାହିରେ ରହୁଥିବା ବସ୍ତି ବାସିନ୍ଦା ମାନଙ୍କ ଛଟ ବଡ ବୈଠକ, ବିବାହ, ବ୍ରତ, ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି କାର୍ଯ୍ୟ କରିପାରିବେ ।

Leave A Reply

Your email address will not be published.