xmas

ବିଶ୍ବ ଶୌଚାଳୟ ଦିବସ ପାଳନ

ଭୁବନେଶ୍ୱର: ରେକିଟ୍ ଇଣ୍ତିଆ ଓ ଅମର ଜ୍ୟୋତି ଯୁବକ ସଂଘ ଦ୍ବାରା ଓଡ଼ିଶାରେ ପରିଚାଳିତ “ହାରପି୍କ ବିଶ୍ବ ଶୌଚାଳୟ ମହାବିଦ୍ୟାଳୟ ” ଓ ହାରପି୍କ ବିଦ୍ୟାଳୟ ସ୍ବଚ୍ଛତା କାର୍ଯ୍ୟକ୍ରମ” ତରଫରୁ ଭୁବନେଶ୍ୱର ସାମନ୍ତରାୟପୁର ସ୍ଥିତ ମା ଭୁବାସୀନି ସରକାରୀ ଉଚ୍ଚ ବିଦ୍ଯାଳୟରେ ବିଶ୍ବ ଶୌଚାଳୟ ଦିବସ ପାଳନ ହୋଇଯାଇଛିା ଏହି କାର୍ଯ୍ୟକ୍ରମରରେ ମୁଖ୍ଯ ଅତିଥି ଭାବେ ଭୁବନେଶ୍ଵର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାଶ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେର ଲୋକପ୍ରିୟ କର୍ପୋରେଟର ଶ୍ରୀଯୁକ୍ତ ଵିରଞ୍ଚି ନାରାୟଣ ମହାସୁପକାର, ଡାକ୍ତର ୟାନମ୍ ଦୀପକ, ସୁର୍ଯ୍ୟ ନାରାୟଣ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଵିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶଶଧର ନାୟକ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱରେ ହାରପି୍କ ବିଶ୍ବ ଶୌଚାଳୟ ସଞ୍ଜୟ କୁମାର ପଲାଇ ମଞ୍ଚ ପରିଚାଳନା କରିଥିଲେ। “ହାରପି୍କ ବିଦ୍ୟାଳୟ ସ୍ବଚ୍ଛତା କାର୍ଯ୍ୟକ୍ରମ”ର ପ୍ରତିନିଧି ଶ୍ରୀଯୁକ୍ତ ସଞ୍ଜୟ ସିଂହ ରଘୁବଂଶୀ ରେକିଟ୍ ଦ୍ବାରା ପରିଚାଳିତ ବିଭନ୍ନ ସ୍ୱଛତା କାର୍ୟ୍ଯକ୍ରମ ଓ ସ୍ବଛ ଭାରତ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ମୁଖ୍ଯ ଅତିଥି ଶ୍ରୀମତୀ ସୁଲୋଚନା ଦାସ ପିଲାମାନଙ୍କୁ ଦୈନଦିନ ସ୍ବଛତା ଉପରେ ପରାମର୍ଶ ଦେବା ସହ ସ୍ବଛତା କ୍ଷେତ୍ରରେ ଭୁବନେଶ୍ଵରକୁ ଆଗରେ ରଖିବାକୁ ଆହ୍ବାନ କରିଥିଲେ। କର୍ପୋରେଟର ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ମହାସୁପକାର ବିଦ୍ଯାଳୟ ସ୍ବଛତାରେ ଛାତ୍ରଛାତ୍ରୀ ମାନଙ୍କର ଭୁମିକା ଉପରେ ଆଲୋକପାତ କରିବା ସହ ଶୌଚାଳୟ ପରିଛନ୍ନତାର ଵାର୍ତ୍ତା ଦେଈଥିଲେ। ବ୍ଯକ୍ତିଗତ ପରିଛନ୍ନତା ଦ୍ବାରା ରୋଗରୁ କେମିତି ରକ୍ଷା ପାଇ ପାରିବ, ସେ ଉପରେ ଡାକ୍ତର ୟାନମ ଦୀପକ ପରାମର୍ଶ ଦେଇଥିଲେ। ବିଦ୍ଯାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସଚେତନତା ଭିତ୍ତକ ସାଂସ୍କୃତିକ କାର୍ୟ୍ଯକ୍ରମ ମଞ୍ଚସ୍ଥ କରାଯିବା ସହ ସୁନାମଧନ୍ୟା ଓଡିଶୀ ନୃତ୍ୟଶୀଳ୍ପୀ ପଲ୍ଲବୀ ଦାସ ଓ ସହଯୋଗୀ ମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ଅବସରରେ ମୁଖ୍ଯ ଅତିଥିଙ୍କ ଦ୍ବାରା ଛାତ୍ରଛାତ୍ରୀ ଓ ସଫେଇ କର୍ମଚାରୀମାନଙ୍କୁ ସମ୍ମାନୀତ କରାଯାଇଥିଲା। ପରିଶେଷରେ ଅମର ଜ୍ୟୋତି ଯୁବକ ସଂଘର ରାଜ୍ଯ ପ୍ରକଳ୍ପ ପ୍ରବନ୍ଧକ ସଂଜୟ କୁମାର ପଲାଇ ଧନ୍ଯବାଦ ଅର୍ପଣ କରିଥିେଲ। କାର୍ଯ୍ୟକ୍ରମରେ ଅମର ଜ୍ୟୋତି ଯୁବକ ସଂଘର ଇତିଶ୍ରୀ ଵିଶ୍ବାଳ, ରଶ୍ମିତା ପ୍ରଧାନ ଓ ସ୍ଵର୍ଣ୍ଣଲତା ଦଳାଇ ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.