xmas

ସ୍ୱାଭିମାନ ଅଞ୍ଚଳରେ କଂଗ୍ରେସର ଜନ ଆକ୍ରୋଶ ସମାବେଶ

ସ୍ୱାଭିମାନ ଅଞ୍ଚଳ ଜନସାଧାରଣଙ୍କ ହକ ପାଇଁ ବର୍ଷିଲେ କଂଗ୍ରେସ କର୍ମୀ

ଚିତ୍ରକୋଣ୍ଡା: ମାଲକାନଗିରି ଜିଲା ପ୍ରଦେଶ କଂଗ୍ରେସ ଦ୍ଵାରା ଚିତ୍ରକୋଣ୍ଡା ବ୍ଲକ କଂଗ୍ରେସ କମିଟି ଆନୁକୂଲ୍ୟରେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପାପରମେଟେଲା ପଞ୍ଚାୟତ ଲାଉଗୁଡା ଠାରେ ଏକ ଜନ ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଯାଇଛି l ଚିତ୍ରକୋଣ୍ଡା ବ୍ଲକ ସଭାପତି ବିଦେଶୀ ଗଉଡ଼ ଙ୍କ ଆହ୍ୱାନ କ୍ରମେ ଜିଲା ସଭାପତି ଗୋବିନ୍ଦ ପାତ୍ରଙ୍କ ଅଧକ୍ଷତାରେ ରାଜ୍ୟ ପିସିସି ସାଧାରଣ ସମ୍ପାଦକ ଦୁର୍ଗା ପ୍ରସାଦ ପଣ୍ଡା, ଷ୍ଟେଟ ସେକ୍ରେଟାରୀ ଡାକ୍ତର ବିଶ୍ୱ ରଞ୍ଜନ ମହାନ୍ତି, ଚିତ୍ରକୋଣ୍ଡା ଏକ ନମ୍ବର ଜୋନ ଜିଲା ପରିଷଦ ସଭ୍ୟା ବିନତି ଖିଲ, ପୂର୍ବତନ ବିଧାୟକ ଭୁଜବଳ ମାଝୀ ଓ ରାମଚନ୍ଦ୍ର କାଡ଼ାଗ ବରିଷ୍ଠ କଂଗ୍ରେସ କର୍ମୀ ମାଲା ମାଢ଼ି, ଶରତ ବୁରୁଦା, ହୀରାବତୀ ଗଣ୍ଡ, ଜିଲା ପରିଷଦ ସଦସ୍ୟ ମଙ୍ଗୁ ଖିଲ, ଭୀମା ବାର୍ଷେ ଓ ନିମାଇଁ ସରକାରଙ୍କ ଉପସ୍ଥିତିରେ ଚିତ୍ରକୋଣ୍ଡା ବ୍ଲକ ର ଅଠର ଗୋଟି ପଞ୍ଚାୟତ ବହୁ ପରିମାଣର କଂଗ୍ରେସ କର୍ମୀଙ୍କୁ ନେଇ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟତଃ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଜମିକୁ ଜଳ ଯୋଗାଇବା ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଫେଲ ହୋଇଛି ତାହା ବାଟମାରଣl ହରିଲୁଟ ହୋଇଛି ତାର ତୁରନ୍ତ ତଦନ୍ତ କରି ପଦକ୍ଷେପ ନିଆଯାଉ, ଜନସାଧାରଣଙ୍କୁ ଦିଆଯାଇଥିବା ଜଙ୍ଗଲ ଜମି ପଟା ମିଳିଛି ତାହା ଆଜି ଯାଏଁ ଚି଼ହ୍ନଟି କରଣ କରାଯାଇନାହିଁ କି ସେ ପଟାରେ ଜାତି ଲେଖା ଯାଇନାହିଁ ଫଳରେ ଲୋକେ ଜାତି ପ୍ରମାଣ ପତ୍ର ପାଇବାରେ ବ୍ୟାଘାତ ଘଟୁଛି ତୁରନ୍ତ ତାର ସମାଧାନ କରାଯାଉ, ଏବେବି ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ତଥା ଉପାନ୍ତ ଅଞ୍ଚଳର ବହୁ ସ୍ଥାନରେ ବିଦୂତ ସଂଯୋଗ ହୋଇନାହିଁ ସେ ଗ୍ରାମ ମାନଙ୍କରେ ଶୀଘ୍ର ବିଦୂତ ସଂଯୋଗ କରାଯାଉ, ପ୍ରତି ପଞ୍ଚାୟତରେ ସମସ୍ତ ପ୍ରକାର ମଣ୍ଡି ବ୍ୟବସ୍ଥା କରାଯାଉ ନହେଲେ କଳାବଜାରୀ ଓ ଦଲାଲଙ୍କର ପାଦୁର୍ଭାବ ବଢ଼ିବାରେ ଲାଗିଛି ଓ ଉତ୍ପାଦିତ ଶସ୍ୟରେ ଉଚିତ ସରକାରୀ ମୂଲ୍ୟ ନିର୍ଧାରଣ କରାଯାଉ l ଚିତ୍ରକୋଣ୍ଡା ଅଠର ଗୋଟି ପଞ୍ଚାୟତରେ ଏସବୁ ପୂରଣ ନହେଲେ ଆଗାମୀ ଦିନରେ କଂଗ୍ରେସ ରାଜରାସ୍ତାକୁ ଓଲ୍ହାଇବା ପାଇଁ ଚେତାବନୀ ଦେଇଛି l

Leave A Reply

Your email address will not be published.