xmas

ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

ମାଲକାନଗିରି ତା ୨୧/୧୧/୨୦୨୩: ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମର ଶୁଭ ଉଦଘାଟନ ମାଲକାନଗିରି ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବ ପ୍ରତିଭାର ଉନ୍ମୋଚନ କରିବା ଏବଂ ଯୁବକମାନଙ୍କୁ ସାମାଜିକ କାର୍ଯ୍ୟକ୍ରମରେ ଅଧିକାରୁ ଅଧିକା ଯୋଗଦେବା ଏବଂ କ୍ରୀଡା କୌଶଳରେ ମନନିବେଶ କରିବା l ପ୍ରଥମ ପର୍ଯ୍ୟlୟରେ ସାମାଜିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଅଛି; ଯାହା ତା ୨୧/୧୧/୨୦୨୩ ରିଖରୁ ଆରମ୍ଭ ହୋଇ ତା ୨୯/୧୧/୨୦୨୩ରିଖରେ ସମାପ୍ତ ହେବ ଏବଂ ଦ୍ଵିତୀୟ ପର୍ଯ୍ୟାୟ କ୍ରୀଡା କାର୍ଯ୍ୟକ୍ରମ ତା ୧୩/୧୨/୨୦୨୩ ରିଖରୁ ଆରମ୍ଭ ହୋଇ ତା ୨୩/୧୨/୨୦୨୩ ରିଖ ପର୍ଯ୍ୟନ୍ତ ଚାଲିବ l ଆଜିର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡ଼. ଅକ୍ଷୟ କୁମାର ଖେମୁଣ୍ଡୁ, ଉପଜିଲ୍ଲାପାଳ ମାଲକାନଗିରି ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ କାର୍ଯ୍ୟକ୍ରମରେ ଭାଗ ନେଇ ନିଜର ଯୁବ ପ୍ରତିଭାର ବିକାଶ କରିବାକୁ ପରାମର୍ଶ ଦେଇଥିଲେ l ମୁଖ୍ୟ ବକ୍ତା ଭାବରେ ପ୍ରଭାତୀ ଝଡିଆ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାଲକାନଗିରି ଏବଂ ସମ୍ମାନିତ ଅତିଥି ଭାବରେ ମାଧବ ପାଙ୍ଗି, ଜିଲ୍ଲା କ୍ରୀଡା ଅଧିକାରୀ ମାଲକାନଗିରି ଯୋଗଦାନ କରିଥିଲେ l ଏହି ସଭାରେ ସଭାପତିତ୍ୱ କରିଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର l ସ୍ୱାଗତ ଭାଷଣ ଓ ସଭା ପରିଚାଳନା କରିଥିଲେ ଡ଼. ରଞ୍ଜନ କୁମାର ସ୍ବାଇଁ, ଜିଲ୍ଲା ନୋଡାଲ ଅଧିକାରୀ ଆଇ. ୱାଇ. ଡି. ପି ଏବଂ ସଭା ଶେଷରେ ଉମେଶ ଚନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.