xmas

ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ୩ ଦିନିଆ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଆରମ୍ଭ

ମାଲକାନଗିରି, ୨୪/୧୧/୨୩: ବିଜୁ ଜନତା ଦଳର ନୀତି, ଆଦର୍ଶ ହୋଇଛି ଗ୍ରହଣୀୟ ଦଳ ପ୍ରତି ବଢୁଛି ଲୋକଙ୍କ ଭରସା । ବିକାଶର ବାର୍ତ୍ତା ପହଞ୍ଚୁଛି ଘରେ ଘରେ। ଲୋକଙ୍କ ନିକଟତର ହେଉଛି ବିଜୁ ଜନତା ଦଳ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ସେବା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ମଜଭୁତ କରିବା ଲକ୍ଷ୍ୟ ନେଇ ଆଜି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ମାଥିଲି ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ଭବନ ଠାରେ ଆଜି ୩ ଦିନିଆ ବିଜୁ ଜନତା ଦଳର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅବସରରେ ମାଲକାନଗିରି ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଯୋଗ ଦେଇ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନବୀନ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନା ଓ ବିକାଶର ବାର୍ତ୍ତା ଦେଇଥିଲେ । ରାଜ୍ୟ ବିଜୁ ଜନତା ଦଳର ମାଷ୍ଟର ଟ୍ରେନର ଅଶୋକ କୁମାର ନାୟକ ଏବଂ ଓମ୍ ପ୍ରକାଶ ସାହୁ ପ୍ରମୁଖ ଯୋଗ ଦେଇ ପ୍ରଶିକ୍ଷଣ ଶିବିରରେ ତାଲିମ ପ୍ରଦାନ କରିଥିବା ବେଳେ ଆଜିର କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ପୂର୍ବତନ ବିଧାୟକ ଡମ୍ବରୁ ସୀସା, ଜିଲ୍ଲା ଆଇନ୍ ଜୀବି ସାମ୍ମୁଖ୍ୟ ସଭାପତି ଗୋପାଳ କୃଷ୍ଣ ପଣ୍ଡା, ବିଜୁ ମହିଳା ଜନତା ଦଳର ଜିଲ୍ଲା ମହିଳା ସଭାନେତ୍ରୀ ତଥା ମାଥିଲି ଜିଲ୍ଲା ପରିଷଦ ଜୋନ୍ ୨ ସଭ୍ୟା ଲକ୍ଷ୍ମୀ ପ୍ରିୟା ନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ତଥା ସାଧାରଣ ସମ୍ପାଦକ ପତିତପାବନ ବୈଦ୍ୟ, ମାଥିଲି ବ୍ଲକ ଅଧ୍ୟକ୍ଷ ମହେଶ କୁମାର ବାକା, ଖଇରିପୁଟ୍ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଶାନୀ, କରୁକୋଣ୍ଡା ବ୍ଲକ ଅଧ୍ୟକ୍ଷ ଜିତୁ ବୁରୁଡ଼ି, ପର୍ଯ୍ୟବେକ୍ଷକ ମୁନି ସାମନ୍ତରାୟ, ଖଇରପୁଟ୍ ବ୍ଲକ ସଭାପତି ସାଧୁ ହାନ୍ତାଳ, ମାଥିଲି ବ୍ଲକ ସଭାପତି ବିଦ୍ୟା ପୂଜାରୀ, କରୁକୋଣ୍ଡା ବ୍ଲକ ସଭାପତି ତଥା ଖଇରପୁଟ୍ ଜୋନ୍ ସଂଯୋଜକ ସତ୍ୟ ପାଣିଗ୍ରାହୀ, କରୁକୋଣ୍ଡା ଜୋନ୍ ୧ ଜିଲ୍ଲା ପରିଷଦ ସଭ୍ୟା ବିଜୟ ଲକ୍ଷ୍ମୀ ପଡ଼ିଆମୀ, ଖଇରପୁଟ୍ ଜିଲ୍ଲା ପରିଷଦ ସଭ୍ୟ ବଳି ମାଝୀ, ମାଥିଲି ବ୍ଲକ ଜିଲ୍ଲା ପରିଷଦ ଜୋନ୍ ୧ ସଭ୍ୟା ସସ୍ମିତା ମାଝୀ, ମାଥିଲି ବ୍ଲକ ଜିଲ୍ଲା ପରିଷଦ ଜୋନ୍ ୩ ସଭ୍ୟ ହୀରଣ୍ୟ ମୁଡୁଲି, ମହିଳା ନେତ୍ରୀ ସୁନିତା ଜେନା, ସାଧାରଣ ସମ୍ପାଦକ ମଦନ ଖସଲା, ସାଧାରଣ ସମ୍ପାଦକ ଶୁଭେନ୍ଦୁ ପଟନାୟକ, ସାଧାରଣ ସମ୍ପାଦକ ଅଜୟ ଦାସ, ବରିଷ୍ଠ ବିଜେଡି ନେତା ଭଗବାନ ସାହୁ, ମାଥିଲି ଜୋନ୍ ସଂଯୋଜକ ସର୍ବ କୁମାର ବିଶୋଇ, ଯୁବ ନେତା ରଞ୍ଜନ ପାଙ୍ଗି, ଜୋନ୍ ସଂଯୋଜକ ଗୋପୀ ପାଙ୍ଗି, କେ.ରାହୁଲ ଓ ପିକୁନ କୁମାର ପ୍ରମୁଖ ଯୋଗ ଦେଇଥିବା ବେଳେ ଆଜି ପ୍ରଥମ ଦିନରେ ମାଥିଲି ବ୍ଲକ ଜିଲ୍ଲା ପରିଷଦ ଜୋନ୍ ୧, ଖଇରପୁଟ୍ ବ୍ଲକ ଓ କରୁକୋଣ୍ଡା ବ୍ଲକ ଜୋନ୍ ୧ର ପଞ୍ଚାୟତସ୍ତରର ସମସ୍ତ ବିଜୁ ଜନତା ଦଳର ସକ୍ରିୟ କାର୍ଯ୍ୟକର୍ତ୍ତା ଯୋଗ ଦେଇ ବିଜୁ ଜନତା ଦଳର ପ୍ରଶିକ୍ଷଣ ଶିବିରରେ ତାଲିମ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.