xmas

୩୦ତମ ବାର୍ଷିକ ଉତ୍ସବ ଓ ଦିବଙ୍ଗତ ଡ଼. ବସନ୍ତ ସାମଲଙ୍କ ୨୦ତମ ସ୍ମୃତି ଦିବସ ପାଳିତ

ବଡ଼ଚଣା: ବଡ଼ଚଣା ବ୍ଲକ କୁନ୍ଦଳ ପଞ୍ଚାୟତ ଗରଗାଲି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୦ତମ ବାର୍ଷିକ ଉତ୍ସବ ଶହ ଦିବଙ୍ଗତ ଡ଼. ବସନ୍ତ ସାମଲଙ୍କ ୨୦ତମ ସ୍ମୃତି ଦିବସ ଗତ ୨୭ ତାରିଖରେ ସ୍କୁଲ ପରିସରରେ ପାଳିତ ହୋଇଯାଇଅଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏସସିଵି ମେଡିକାଲ ଓ କଲେଜର ପ୍ରଫେସର ଡକ୍ଟର ପ୍ରଶାନ୍ତ ପରିଡା, ସମ୍ମାନିତ ଅତିଥି କୁନ୍ଦଳ ସରପଞ୍ଚ ଶ୍ରୀମତୀ ପ୍ରମିତା ରାଉତ, ଵି.ଏସ କଲେଜ ନୂଆହାଟର ଅଧ୍ୟକ୍ଷ ପବିତ୍ର ମୋହନ ମାହାଲା ଯୋଗ ଦେଇଥିଲେ । ଅତିଥି ମାନଙ୍କ ଦ୍ୱାରା ପ୍ରଥମେ ସ୍ବର୍ଗତ ବସନ୍ତ ସାମଲଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ମଞ୍ଚ ଉପରେ ଦ୍ବୀପ ପ୍ରଜ୍ଜଳନ କରି ଶିଶୁମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ କରାଯାଇଥିଲା । ପରେ ପରେ ଅତିଥି ମାନଙ୍କ ପରିଚୟ ପ୍ରଦାନ କରାଯାଇ ଏକ ଶ୍ରଦ୍ଧାଞ୍ଜଳି ସଭା କାର୍ଯ୍ୟକ୍ରମ କରାଯାଇଥିଲା । ପରେ ପରେ ବାର୍ଷିକ ବିବରଣୀ ପାଠ ହୋଇଥିଲା । ଅତିଥି ମାନେ ସ୍ବର୍ଗତ ବସନ୍ତ ସାମଲଙ୍କ ଜୀବନ ଉପରେ କିଛି କହି ତାଙ୍କର ବକ୍ତ୍ୟବ ରଖିଥିଲେ । ଏ ଅଞ୍ଚଳର ଜଣେ ସୁପୁତ୍ର ହେଉଛନ୍ତି ସ୍ବର୍ଗତ ବସନ୍ତ ସାମଲ । ଯାହାକି ସେ ଏକା ଧାରରେ ଜଣେ ଅଧ୍ୟାପକ, ଲେଖକ, ସୁ-ସାହିତ୍ୟକ, ଗାଳ୍ପିକ ଭାବେ ତାଙ୍କୁ ସମସ୍ତେ ଜାଣନ୍ତି । ଖାଲି ସେତିକି ନୁହେଁ ସେ ଛୋଟ ଛୋଟ ପିଲାଙ୍କୁ ମଧ୍ୟ ବହୁତ ଭଲ ପାଆନ୍ତି । ସେ ଜାଣିଥିଲେ ଶିକ୍ଷା ହେଉଛି ମଣିଷର ଏକ ଅଙ୍ଗ । ସେ ଶିକ୍ଷାକୁ ଭଲ ପାଉଥିଲେ । ଶିକ୍ଷା ବିନା ମଣିଷ ଆଗକୁ ବଢିଵା କଷ୍ଟ । ସେଥିପାଇଁ ସେ ମନସ୍ତ କରିଥିଲେ କିପରି ସମସ୍ତେ ଶିକ୍ଷା ପାଇବେ ଆଉ ଆଗକୁ ବଢିବାର ରାସ୍ତା ଦେଖିବେ l ସେଥିପାଇଁ ସେ ଏକ ଶିକ୍ଷାନୁଷ୍ଠାନ ଗଢିଲେ । ଆଉ ଅଞ୍ଚଳ ସବୁ କୁନି କୁନି ପିଲା ମାନେ କିପରି ଭାବେ ଶିକ୍ଷା ପାଇ ପାରିବ ସେଥିପ୍ରତି ଧ୍ୟାନ ଦେଇ ଚାଲିଲେ । ପରେ ସେଇ ଶିକ୍ଷା ଅନୁଷ୍ଠାନ ମା’ମଲ୍ୟାଶୁଣୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ହୋଇ ଆଜି ଦଣ୍ଡାୟମାନ ହେଈ ଛିଡା ହୋଇଛି । ତାଙ୍କର ଏହି କର୍ମ ପାଇଁ ସାରା ଅଞ୍ଚଳ ଗର୍ବ ଅନୁଭବ କରେ ବୋଲି ଅତିଥି ମାନେ ତାଙ୍କର ବକ୍ତ୍ୟବରେ ରଖିଥିଲେ । ପରେ ସ୍କୁଲର ପୂର୍ବତନ ମେଧାବୀ ଛାତ୍ର/ଛାତ୍ରୀ, ବର୍ତମାନ ଛାତ୍ର/ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ । ଶେଷରେ ସ୍କୁଲର ୩୦ତମ ବାର୍ଷିକ ଉତ୍ସବ ଥିବାରୁ ଛୋଟ ଛୋଟ ଶିଶୁ ମାନେ ନିଜ ନିଜର ଅଭିନୟ କରିବା ଶହ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ନାଚ, ଗୀତ କରି ନିଜର ପ୍ରତିଭାକୁ ଦେଖାଇଥିଲେ । ଏହି ଉତ୍ସବରେ ସମସ୍ତ ଛାତ୍ର/ଛାତ୍ରୀ ମାନଙ୍କ ଅଭିଭାବକଙ୍କ ଶହ ଆଖପାଖ ଅଞ୍ଚଳରୁ ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ । ପରିଶେଷରେ ସ୍କୁଲର ସଭାପତି ଗୌର ଚନ୍ଦ୍ର ସାମଲ, ସମ୍ପାଦକ ରବୀନ୍ଦ୍ରନାଥ ନାୟକ, ପ୍ରଧାନ ଆଚାର୍ଯ୍ୟ ରଶ୍ମି ପ୍ରଭା ପାତ୍ର, ସମସ୍ତ ଗୁରୁଜୀ /ଗୁରୁମାଙ୍କ ଶହ ସ୍କୁଲର ସମସ୍ତ କମିଟି ଅତିଥି ମାନଙ୍କୁ ଧନ୍ୟବାଦ ଦେବା ଶହ ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମାପନ କରିଥିଲେ ।

Leave A Reply

Your email address will not be published.