xmas

ଝାଡୁ ଧରି ସଫା କରି ସ୍ବଚ୍ଛତା ଅଭିଯାନର ବାର୍ତ୍ତା ଦେଲେ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ

ମାଲକାନଗିରି: ମାଲକାନଗିରି ମହାବିଦ୍ୟାଳୟ ପରିସରରେ ଆଜି ମାଲକାନଗିରି ବିଡିଓ ତଥା ମାଲକାନଗିରି ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝଡ଼ିଆ ହାତରେ ଝାଡୁ ଧରି ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇ କଲେଜ ଛାତ୍ର ଛାତ୍ରୀଙ୍କ ସହ ମିଶି ପରିସରରେ ଥିବା ଓଳିଆ, ଆବର୍ଜନାକୁ ସଫା କରିଥିଲେ । ଏହି ମହାବିଦ୍ୟାଳୟରେ ଚାଲିଥିବା ସରକାରଙ୍କ ନୂତନ ଉନ୍ନତ ଅଭିଳାଷ ଓଡ଼ିଶା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ଛାତ୍ର ଛାତ୍ରୀଙ୍କୁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯୁବପିଢିଙ୍କୁ ଅଧିକରୁ ଅଧିକ ସାମାଜିକ କାର୍ଯ୍ୟକ୍ରମରେ ସାମିଲ କରାଇବା । ପରେ କଲେଜ ଛାତ୍ର ଛାତ୍ରୀ ମାନେ ମାଲକାନଗିରି ବସଷ୍ଟାଣ୍ଡ ପରିସରକୁ ମଧ୍ୟ ସଫା କରିଥିଲେ । ଏହି କାର୍ଯ୍ୟକ୍ରମକୁ ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ପ୍ରୋତ୍ସ।ହିତ କରିଥିଲେ । ଏହି ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ୫୦୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ସାମିଲ ହୋଇଥିଲେ । ନୂତନ ଉନ୍ନତ ଅଭିଳାଷ କାର୍ଯ୍ୟକ୍ରମର ନୋଡାଲ ଅଫିସର ଅଧ୍ୟାପକ ଡକ୍ଟର ରଂଜନ କୁମାର ସ୍ବାଇଁ, ଅଧ୍ୟାପକ ପ୍ରମୀୟ କୁମାର ମହାନ୍ତି, ଅଧ୍ୟାପକ ସୁଶାନ୍ତ ମାଝୀ, ଅଧ୍ୟାପିକା ପ୍ରେମ ରେଖା ଭତ୍ରା ଏହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.