xmas

ଜିଲ୍ଲା ପ୍ରଶାସନ ତରଫରୁ ନିଯୁକ୍ତି ମେଳା

ମାଲକାନଗିରି, ୦୭/୧୨/୨୩: ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏବଂ ବିଏସଏଫର ମିଳିତ ସହଯୋଗରେ କୁଡୁମୁଲୁଗୁମ୍ମାସ୍ଥିତ ଡ଼ାରଉଇନ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟ ପରିସରରେ ଜ଼ିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଆୟୋଜନ କରାଯାଇଛି । ଏହି ଅବସରରେ ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଷାନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଏସଏଫ ଡେପୁଟି କମାଣ୍ଡାଣ୍ଟ ଶୁଭଞ୍ଜନ ମହାପାତ୍ର, ସହକାରୀ କମାଣ୍ଡାଣ୍ଟ ପ୍ରମୋଦ କୁମାର, ଜିଲ୍ଲା ପରିଷଦ ସଦସ୍ୟ ବଳି ମାଝୀ, ବିଡିଓ ଉମାଶଙ୍କର କୋୟା, ନେହେରୁ ଯୁବ କେନ୍ଦ୍ର ଜିଲ୍ଲା ଯୁବ ଅଧିକାରୀ ହରିଶ ରୂପଲ, ବଣ୍ଡା ଉନ୍ନୟନ ସ୍ୱତନ୍ତ୍ର ଅଧିକାରୀ ସଲମାନ ରାଇକିଆ, ଦିଦାୟୀ ଉନ୍ନୟନ ସ୍ୱତନ୍ତ୍ର ଅଧିକାରୀ କିରାଣୀ ନାୟକ, ମହାବିଦ୍ୟାଳୟର ପ୍ରିନସିପାଲ ଅଶୋକ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବିଏସଏଫ ଡେପୁଟି କମାଣ୍ଡଣ୍ଟ ଶ୍ରୀ ମହାପାତ୍ର କହିଥିଲେ ଯେ ଏହାଦ୍ଵାରା ଗ୍ରାମାଞ୍ଚଳର ବେକାର ଯୁବକ ଓ ଯୁବତୀ ମାନେ ବିଭିନ୍ନ କମ୍ପାନୀରେ ନିଯୁକ୍ତ ପାଇବା ସହ ଆର୍ଥିକ କ୍ଷେତ୍ରରେ ମଧ୍ୟ ନିଜକୁ ସ୍ୱାବଲମ୍ବୀ କରିପାରିଛନ୍ତି । ସେହିପରି ଜିଲ୍ଲା ନିଯୁକ୍ତି ଅଧିକାରୀ ଶ୍ରୀ ସେଠୀ କହିଛନ୍ତି ଯେ ଏହା ଦ୍ୱାରା ଗରିବ ଓ ବେକାରୀ ସମସ୍ୟା କିଛି ମାତ୍ରାରେ ଦୂର ହେବା ସହ ବେକାର ଯୁବକଯୁବତୀ ମାନେ ଅର୍ଥ ରୋଜଗାର କରି ନିଜର ପରିବାର ପ୍ରତି ପୋଷଣ ରେ ସହାୟକ ହୋଇ ପାରିବେ । ଏହି ମେଳାରେ ସମୁଦାୟ ୧୬ଟି କମ୍ପାନୀ ଭାଗ ନେଇଥିଲେ ଓ ଏଥିରେ ୭୩୦ ଜଣ ଯୁବକ ଓ ଯୁବତୀ ପଞ୍ଜିକୃତ କରିଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ନିୟୋଜନ ଅଧିକାରୀ ମନସ୍ୱୀ ସେଠୀଙ୍କ ତତ୍ତ୍ଵାବଧାନରେ ଆୟୋଜନ ହୋଇଥିଲା । ସେହିପରି ଓଏଲଏମ ଅଧିକାରୀ ଚିନ୍ମୟ କୁମାର ସିଂ ସଂଯୋଜନା କରିଥିଲେ ।

Leave A Reply

Your email address will not be published.