ଭୁବନେଶ୍ବର ୦୭.୧୨.୨୦୨୩: ଆଜି ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ଜୈନ ଚେୟାର ଆନୁକୂଲ୍ୟରେ କଳିଙ୍ଗ ଜୀନ ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି । କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ ଏହି ବକ୍ତୃତାମାଳାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ଏହି ଅବସରରେ ଜୈନକୀର୍ତ୍ତିରାଜିକୁ ନେଇ ଆୟୋଜିତ ଏକ ସ୍ବତନ୍ତ୍ର ଚିତ୍ର ପ୍ରର୍ଦଶନୀର ଲୋକାର୍ପଣ କରିଥିଲେ । ଓଡ଼ିଶାର ଜୈନ କଳା ଓ ସ୍ଥାପତ୍ୟ ଶୀର୍ଷକ ବକ୍ତୃତା ପ୍ରଦାନ କରି ବିଶିଷ୍ଟ ଐତିହାସିକ ତଥା ଶିକ୍ଷାବିତ୍ ପ୍ରଫେସର ଖାରବେଳ ମହାନ୍ତି, ଓଡ଼ିଶାର ଜୈନ କିର୍ତ୍ତୀରାଜିର ପ୍ରାଚୀନତା ଓ ଓଡ଼ିଶାକୁ ଏହାର ସାଂସ୍କୃତିକ ଅବଦାନ ସଂପର୍କରେ ବହୁ ଐତିହାସିକ ତଥ୍ୟ ସହ ସୁବିସ୍ତୃତ ଆଲୋଚନା କରିଥିଲେ । କୁଳପତି ପ୍ରଫେସର ସ୍ବାଇଁ ତାଙ୍କ ବକ୍ତବ୍ୟରେ ଓଡ଼ିଶାର ଜୈନ କଳା ଓ ସ୍ଥାପତ୍ୟର ଐତିହାସିକ ଓ ସାସ୍କୃତିକ ଗୁରୁତ୍ବ ସଂପର୍କରେ ଆଲୋକପାତ କରିଥିଲେ । ଜୈନ ଚେୟାରର ସଂଯୋଜିକା ଡ଼ଃ ସୁଚିତ୍ରା ଦାସ ବକ୍ତୃତା ମାଳାର ଆବିମୁଖ୍ୟ ସଂପର୍କରେ ସୂଚନା ଦେଇଥିବାବେଳେ ପରୀକ୍ଷା ନିୟନ୍ତ୍ରକ ଶ୍ରୀଯୁକ୍ତ ଧରଣୀଧର ରଣା ଆନୁଷ୍ଠାନିକ ଭାବେ ସ୍ବାଗତ ଭାଷଣ ଦେଇଥିଲେ । ଗୁରୁ ଡ଼ଃ ଧୀରଜ କୁମାର ମହାପାତ୍ରଙ୍କ ସଂଯୋଜନାରେ ଓଡ଼ିଶୀ କଣ୍ଠ ସଂଗୀତ ବିଭାଗ ଛାତ୍ରଛାତ୍ରୀମାନେ ଜୈନ ମନୁ ସଂଗୀତ ଗାନ କରିଥିବା ବେଳେ ଅଧ୍ୟାପକ ଶ୍ରୀ ପ୍ରବୀର କୁମାର ଦଳେଇ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ବିଭାଗୀୟ ମୁଖ୍ୟ ଡ଼ଃ ଚକ୍ରଧର ବେହେରା, ଧନ୍ୟବାଦ ଅର୍ପଣ କରିଥିଲେ । ଡ଼ଃ ସମ୍ବୁରୁ ଶୋଭରା, ଡ଼ଃ ଆଶିଷ ମହାପାତ୍ର, ଡ଼ଃ ନୀଳାଦ୍ରୀ କଲ୍ୟାଣ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ବିତ୍ତନିୟନ୍ତ୍ରକ ସୁନନ୍ଦା ଷଡ଼ଙ୍ଗୀ ଏବଂ ଅଣଶିକ୍ଷକ କର୍ମଚାରୀ ଏବଂ ଅନେକ ଗବେଷକ ଉପସ୍ଥିତ ଥିଲେ । ଏହି ବକ୍ତୃତାମାଳାରେ ସମସ୍ତ ବିଭାଗର ଅଧ୍ୟାପନା ମଣ୍ଡଳୀ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.