xmas

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ଉତ୍ସବକୁ ଭାରତ ବର୍ଷର ଅନ୍ୟ ଚାରି ପୀଠର ପୂଜ୍ୟ ଶଙ୍କରାଚାର୍ଯ୍ୟ ମାନଙ୍କୁ ବିଧିମତେ ନିମନ୍ତ୍ରଣ କରାଯାଉ

ଭୁବନେଶ୍ୱର: ରାଜ୍ୟ ସରକାର ଶ୍ରୀମନ୍ଦିର ଚାରି ଦ୍ୱାରା ନଖୋଲି, ବାତାନୁକୂଳିତ ସୁଢ଼ଙ୍ଗ ଭଳି କିମ୍ଭୁତକିମାକର ପରିକଳ୍ପନା ନାମରେ ସରକାରୀ ଅର୍ଥର ହରିଲୁଟକୁ ଆଦିଶଙ୍କର ବେଦାନ୍ତ ପ୍ରତିଷ୍ଠାନର ରାଜ୍ୟ ମୁଖ୍ୟ ସଂଯୋଜକ ତଥା ବରିଷ୍ଠ କଂଗ୍ରେସ ନେତା ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ ବିବୃତିରେ ତୀବ୍ର ସମାଲୋଚନା କରିଛନ୍ତି । ଭକ୍ତଙ୍କ ସୁବିଧା ନାମରେ ପ୍ରତିବର୍ଷ ରଥଯାତ୍ରା ପୂର୍ବରୁ ସୁଢ଼ଙ୍ଗ ଭଙ୍ଗା, ପୁଣି ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ପରେ ଶୁଢ଼ଙ୍ଗ ଗଢ଼ାରେ କୋଟି କୋଟି ଟଙ୍କାକୁ ଲୁଟ କରିବା ପାଇଁ ସରକାରୀ ବାବୁ ମାନଙ୍କର ଏହା ଏକ ଅଭିନବ ପରିକଳ୍ପନା ।

ବଡଦାଣ୍ଡରେ ଛୋଟ ବ୍ୟବସାୟ କରି ଗୁଜୁରାଣ ମେଂଟାଉଥିବା ଠେଲା ଦୋକାନୀଙ୍କୁ ବେଦଖଲ କରି ତା ପେଟରେ ନାତ ମାରିବା କାର୍ଯ୍ୟକୁ ଡଃ ଜ୍ଞାନେନ୍ଦ୍ର ଦୃଢ଼ ନିନ୍ଦା କରିଛନ୍ତି । ସେ ସାମ୍ବାଦିକ ମାନଙ୍କୁ ଆହୁରି କହିଛନ୍ତି ଯେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସରକାରୀ ଉଦ୍‌ଘାଟନ କାର୍ଯ୍ୟକ୍ରମ ନକରି, ସରକାର ଧାର୍ମିକ ଭାବନାର କାର୍ଯ୍ୟକ୍ରମ କରନ୍ତୁ । ଶ୍ରୀମନ୍ଦିର ଅଧ୍ୟକ୍ଷ, ଗଜପତି ମହାରାଜା ଦିବ୍ୟସିଂହ ଦେବ, ପୁରୀ ପୀଠାଧିଶ୍ୱର ଶ୍ରୀମଦ ଶଙ୍କରାଚାର୍ଯ୍ୟଙ୍କ ସହ ଅନ୍ୟ ତିନିଗୋଟି ପୀଠର ମାନନୀୟ ପୂଜ୍ୟ ଶଙ୍କରାଚାର୍ଯ୍ୟ ଓ ଉପପୀଠ କାଂଚି କାମକୋଟି ପୀଠାଧିଶ୍ୱରଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ନିମନ୍ତ୍ରଣ ବିଧିମତେ ସରକାର କରନ୍ତୁ ।

ଡଃ ଜ୍ଞାନେନ୍ଦ୍ର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ରାଜ୍ୟର ମୁଖ୍ୟଭାବେ କାର୍ଯ୍ୟକ୍ରମରେ ଯୋଗଦେଇ ପାରନ୍ତି କିନ୍ତୁ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଓ ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କୁ ଡାକି ଯାତ୍ରା କରିବାର ଆବଶ୍ୟକତା ନାହିଁ । ବରଂ ଶ୍ରୀମନ୍ଦିର ପରମ୍ପରା ସହ ସଂପୃକ୍ତ ଚର୍ତୁସଂପ୍ରଦାୟର ପ୍ରମୁଖ ଆଚାର୍ଯ୍ୟ, ନିମ୍ବକାଚାର୍ଯ୍ୟ, ରାମଭଦ୍ରାଚାର୍ଯ୍ୟ, ରାମନନ୍ଦାଚାର୍ଯ୍ୟ ଓ ମାଧବାଚାର୍ଯ୍ୟଙ୍କ ପୀଠର ମୁଖ୍ୟମାନଙ୍କୁ ବିଧିମତେ ନିମନ୍ତ୍ରଣ କରି ସରକାର ଏକ ଉଦାହାରଣ ସୃଷ୍ଟି କରନ୍ତୁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.