xmas

ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ବୈଠକ, ୨୦ରୁ ପୁଣି ସମୂହ ଛୁଟିରେ ଯିବାକୁ ଜିଲ୍ଲାସ୍ତରୀୟ ଅମଲାଙ୍କ ସଜବାଜ

ମାଲକାନଗିରି: ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ଏକ ସାଧାରଣ ପରିଷଦ ବୈଠକ ବ୍ଲଡ ବ୍ୟାଙ୍କ୍ ସମ୍ମିଳନୀ କକ୍ଷରେ ଅନୁଷ୍ଟିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ଆବାହକ ଶ୍ୟାମ ସୁନ୍ଦର ନାୟକ ଓ ଅଧକ୍ଷ ଲକ୍ଷ୍ମୀ ନାରାୟଣ ସେଠୀଙ୍କ ଆହ୍ବାନ କ୍ରମେ ଅମଲା ଭାଇ ଭଉଣି ମାନେ ଏହି ବୈଠକରେ ଉପସ୍ଥିତ ରହିଥିଲେ । ଅମଲା ମାନଙ୍କ ଏକ ମାତ୍ର ନ୍ୟାର୍ଯ୍ୟ ଦାବି ସ୍ନାତକ ଶିକ୍ଷା ଗତ ଯୋଗ୍ୟତା ଭିତ୍ତିରେ ମୂଳ ଦରମା ୯୩୦୦ ଟଙ୍କା ସହ ୪୨୦୦ ଟଙ୍କା ଗ୍ରେଡ ପେ ପ୍ରଦାନ ଓ ଲେଭେଲ ୯ ଦରମା ନିର୍ଦ୍ଧାରଣ କରିବା ପାଇଁ ଗତ ଜୁନ ମାସ ୧ ତାରିଖ ଠାରୁ ଜୁନ ମାସ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୩୦ଟି ଜିଲ୍ଲାର ୩୦ ହଜାରରୁ ଊର୍ଦ୍ଧ୍ବ ଅମଲା ଭାଇ ଭଉଣି ମାନେ ସମୁହ ଛୁଟିରେ ରହି ଶାନ୍ତିପୂର୍ଣ୍ଣ ଭାବରେ ବିକ୍ଷୋଭ ଜାରି ରଖିଥିଲେ । ଜୁନ ୧୭ ତାରିଖ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ତତ୍ କାଳୀନ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବଙ୍କ ଭିଡିଓ କନଫରେନ୍ସ ଯୋଗେ ଅମଲା ମାନଙ୍କ ଦାବି ଗୁଡ଼ିକ ଯୁକ୍ତି ଯୁକ୍ତ ଅଟେ ଏବଂ ଯଥା ଶୀଘ୍ର ଦାବି ଗୁଡ଼ିକ ପୂରଣ ହେବ ବୋଲି କହିଥିଲେ। କିନ୍ତୁ ୬ ମାସ ବିତିଗଲା କିନ୍ତୁ ସରକାର କୌଣସି ସକାରାତ୍ମକ ପଦକ୍ଷେପ ଗ୍ରହଣ କଲେ ନାହିଁ ତେଣୁ କାର୍ଯ୍ୟରତ ଅମଲା ମାନେ ଆଗାମୀ ଦିନରେ ପୁନର୍ବାର ସମୂହ ଛୁଟି ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବିକ୍ଷଭ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯିବା ପାଇଁ ନିଷ୍ପତି ନିଆଗଲା । ଏଥିପାଇଁ ଜିଲ୍ଲା ଅମଲା ସଂଘ ନେତୃମଣ୍ଡଳୀ ରାଜ୍ୟ ନେତ୍ରୁ ମଣ୍ଡଳୀ ଠାରୁ ଏକ ଲିଖିତ ପ୍ରତିଶ୍ରୁତି ଚାହୁଁ ଛନ୍ତି ଯେ କୌଣସି ପରିସ୍ଥିତିରେ ବି ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରୁ ଓହରି ଯିବା ପାଇଁ ବା ସ୍ଥଗିତ ରଖିବା ପାଇଁ କୌଣସି ନିଷ୍ପତି ନେବେ ନାହିଁ । ଏହି ବୈଠକରେ ସଂଘର ସମ୍ପାଦକ ଲକ୍ଷ୍ମୀଧର ଦାସ, ରାଜସ୍ବ ଅମଲା ସଂଘର ସଭାପତି ସି ଏଚ ପି କ୍ରିଷ୍ଣା ରାଓ, ସମ୍ପାଦକ ଦିଲ୍ଲୀପ କୁମାର ନାୟକ, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ପୃଷ୍ଟି ଓ ଅନ୍ୟାନ୍ୟ ସଂଘର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.