xmas

ମାଲ୍ୟବନ୍ତ ମହୋତ୍ସବ ନେଇ ପଥ ଉତ୍ସବ

ମାଲକାନଗିରି, ୧୩/୧୨/୨୩: ମାଲ୍ୟବନ୍ତ ମହୋତ୍ସବ ନେଇ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ ଠାରୁ ଡିଏନକେ ଛକ ପର୍ଯ୍ୟନ୍ତ ପଥ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତ୍ରିନାଥ ମାଝୀ, ବିଏସଏଫ ଡେପୁଟି କମାଣ୍ଡଣ୍ଟ, ଶୁଭଞ୍ଜନ ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ତପନ ନାରାୟଣ ରଥ , ଉପ ଜିଲ୍ଲାପାଳ ଡଃ ଅକ୍ଷୟ କୁମାର ଖେମୁଣ୍ଡୁ ଓ ଏସଡିପିଓ, ସଚିନ ପଟେଲ ଉପସ୍ଥିତ ଥିଲେ। କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ମାଲ୍ୟବନ୍ତ ମହୋତ୍ସବ ଆୟୋଜନ କରାଯାଉଅଛି। ସେହି ପରୀପ୍ରେକ୍ଷୀରେ ଏହି ପଥ ଉତ୍ସବର ଆୟୋଜନ ଦ୍ଵାରା ସମସ୍ତେ ନିଜ ନିଜର ପ୍ରତିଭାକୁ ପ୍ରଦର୍ଶନ କରିବାର ସୁଯୋଗ ପାଇପାରୁଛନ୍ତି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ। ଏଥିରେ ନୃତ୍ୟ ଗୀତ, ଝୋଟି, ଧନୁତୀର, ସ୍କେଟିଂ ଓ ଯୁଡୋ ଇତ୍ୟାଦି ପରିବେଷଣ କରଯାଇଥିଲା। ଏଥିରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ଵେଚ୍ଛାସେବୀ, ଏନ ସି ସି ଛାତ୍ର ଓ ଜନ ସାଧାରଣଙ୍କ ସମାଗମ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ନିୟୋଜନ ଅଧିକାରୀ, ମନସ୍ୱୀ ସେଠୀ, ଜିଲ୍ଲା ଯୁବ ଅଧିକାରୀ, ହରିଶ ରୁପଲ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ସସ୍ମିତା ସ୍ୱାଇଁ, ସହକାରୀ ଶ୍ରମ ଅଧିକାରୀ, ପୂର୍ଣ୍ଣିମା ଡୁରୁକା, ଆଇ ଆଇ ସି, ରିଗାନ କିଣ୍ଡୋ, ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ପଣ୍ଡା, ଶଶାଙ୍କ ମିଶ୍ର ଓ ବିନାଶ ମିଶ୍ର ଉପସ୍ଥିତ ଥିଲେ। ସେକ୍ସନ ଅଧିକାରୀ, ଶ୍ୟାମ ସୁନ୍ଦର ନାୟକ, କେ ବାଲରାଜୁ, ନିବେଦିତା ମିଶ୍ର ଓ ପ୍ରଜ୍ଞା ପରିମିତା ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ।

Leave A Reply

Your email address will not be published.