xmas

ନିର୍ମାଣଧୀନ କାର୍ଯ୍ୟ ଓ ଆମ ଓଡ଼ିଶା ନବୀନ ଓଡ଼ିଶା ଫଳକ ଭାଙ୍ଗିଲେ ଉତ୍ତ୍ୟକ୍ତ ମହିଳା

ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସିନ୍ଦ୍ରିମାଳ ଗ୍ରାମ ପଞ୍ଚାୟତର ଏମଭି ୧୧୧ ଗ୍ରାମରେ ଆମ ଓଡିଶା ନବୀନ ଓଡ଼ିଶା ଯୋଜନା ଅନ୍ତର୍ଗତ ନିର୍ମାଣଧୀନ କାର୍ଯ୍ୟକୁ ବିରୋଧ କଲେ ଗ୍ରାମର ମହିଳା ମାନେ। ସୂଚନା ମୁତାବକ ଉକ୍ତ ଗ୍ରାମରେ ୨ଗୋଟି ୱାର୍ଡ ରହିଛି। ଯାହାକି ୮ ନମ୍ବର ଓ ୯ ନମ୍ବର ୱାର୍ଡ ଉଭୟ ୱାର୍ଡରେ ଗୋଟିଏ ଲେଖାଏଁ ମନ୍ଦିର ରହିଛି ବିଶେଷ କରି ୯ ନମ୍ବର ୱାର୍ଡରେ ପୂର୍ବରୁ ଗୋଟିଏ କମୁନିଟି ସେଣ୍ଟର ରହିଛି ଯାହାକି ୮ ନମ୍ବର ୱାର୍ଡରେ ନାହିଁ। ତେବେ ଗ୍ରାମରେ ନୂତନ କରି ଆମ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ମାଇକ୍ରୋ ଆକ୍ଟିଭିଟି ଗୃହ ନିର୍ମାଣ ପାଇଁ ୬ ଲକ୍ଷ ଟଙ୍କା ଅଟକଳ ବ୍ୟୟବରାଦ ପାଇଁ ଆସିଥିବା ବେଳେ ଏହି ଗୃହ ନିର୍ମାଣ କେଉଁଠାରେ ହେବ ସେ ନେଇ ଉଭୟ ୱାର୍ଡ ବାସିନ୍ଦା ଏବଂ ୨ଟି ୱାର୍ଡର ୱାର୍ଡମେମ୍ବର ଏକାଠି ବସି ନିଷ୍ପତ୍ତି ନେଇଥିଲେ । ଗ୍ରାମବାସୀଙ୍କ କହିବା ଅନୁସାରେ ଯେଉଁଠାରେ କମୁନିଟି ସେଣ୍ଟର ନାହିଁ ସେଠାରେ ଏହି ଗୃହ ନିର୍ମାଣ ପାଇଁ ଉଭୟ ୱାର୍ଡ ବାସିନ୍ଦା ମନୋନୀତ କରିଥିଲେ। କିନ୍ତୁ ତାହା ନ ହୋଇ ପୂର୍ବରୁ କମୁନିଟି ସେଣ୍ଟର ଥିବା ସ୍ଥାନରେ ପୁନରାୟ ସେଠାରେ ମାଇକ୍ରୋ ଆକ୍ଟିଭିଟି ଗୃହ ନିର୍ମାଣ କରାଯାଉଛି। ଏହାକୁ ବିରୋଧ କରି ଆଜି ୮ନମ୍ବର ୱାର୍ଡର ୪୦ରୁ ଉର୍ଦ୍ଧ୍ବ ମହିଳା ଉତ୍ତ୍ୟକ୍ତ ହୋଇ ନିର୍ମାଣଧୀନ କାର୍ଯ୍ୟର ଫଳକ ଭାଙ୍ଗିବା ସହିତ ଗୃହ ନିର୍ମାଣକୁ ବିରୋଧ କରିଛନ୍ତି। ପୂର୍ବରୁ କମୁନିଟି ଗୃହ ଥିବା ଜାଗାରେ ପୁଣି ଥରେ ଗୋଟିଏ ଗୃହ ନିର୍ମାଣ କରାଯାଉଥିବା ଅଭିଯୋଗ କରିଛନ୍ତି। ଆଗକୁ କୌଣସି ପ୍ରକାରେ ଏଠାରେ ଗୃହ ନିର୍ମାଣ କରିବାକୁ ଦିଆଯିବ ନାହିଁ ବୋଲି ଉତ୍ତ୍ୟକ୍ତ ମହିଳା ମାନେ ଚେତାବନୀ ଦେଇଛନ୍ତି। ତେବେ ଏନେଇ ସ୍ଥାନୀୟ ସରପଞ୍ଚଙ୍କୁ ପଚାରିବାରୁ ସେ ଏ ବିଷୟରେ ମାଲକାନଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରିବି ବୋଲି କହିଛନ୍ତି। ତେବେ ଆମ ଓଡିଶା ନବୀନ ଓଡ଼ିଶା ଯୋଜନା ଅନ୍ତର୍ଗତ ଏମ ଭି ୧୧୧ ଗ୍ରାମରେ ନିର୍ମାଣ ହେବାକୁ ଥିବା ମାଇକ୍ରୋ ଆକ୍ଟିଭିଟି ଗୃହ ନିର୍ମାଣ କାର୍ଯ୍ୟକୁ ନେଇ ପ୍ରଶାସନ କେଉଁ ପଦକ୍ଷେପ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା

Leave A Reply

Your email address will not be published.