xmas

ଭାରତୀୟ କ୍ରିକେଟ ଦଳର ମ୍ୟାନେଜର ଭାବେ ଚୟନ ହେଲେ ଶତବିର ସିଂ ରିୟାର

ମାଲକାନଗିରି, ୧୮।୧୨: ଭାରତୀୟ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ସିରିଜରେ ଭାଗ ନେଇଥିବା ବେଳେ ଏହି ସିରିଜରେ ମାଲକାନଗିରି ଜିଲ୍ଲାର ଶତବିର ସିଁ ରିୟାର (ପପୁ) ଭାରତୀୟ ଦଳର ମ୍ୟାନେଜର ଭାବେ ଦାୟିତ୍ୱ ପାଇଥିବା ବେଳେ ଜିଲ୍ଲା ପାଇଁ ଏହା ଗର୍ବ ଆଣିଦେଇଛି । ତେବେ ଶ୍ରୀ ରିୟାରଙ୍କର ଭିଜା ହୋଇ ପାରୁନଥିବାରୁ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେଉଥିବା ପୂର୍ବ ଖେଳ ଗୁଡିକରେ ସେ ଭାଗ ନେଇ ପାରି ନଥିଲେ । କିନ୍ତୁ ଆସନ୍ତାକାଲି ସେ ଦକ୍ଷିଣ ଆଫ୍ରିକା ନିମନ୍ତେ ଗସ୍ତ ଆରମ୍ଭ କରିବେ ଏବଂ ଗୋଟିଏ ଦିନିକିଆ ଓ ଦୁଇଟି ଟେଷ୍ଟ ମ୍ୟାଚରେ ସେ ମ୍ୟାନେଜର ଭାବେ ନିଜର ଦାୟିତ୍ୱ ତୁଲାଇବେ ବୋଲି ପ୍ରକାଶ କରିଛନ୍ତି । ତେବେ ମାଲକାନଗିରି ଭଳି ଏକ ଉପାନ୍ତ ଜିଲ୍ଲାରୁ ଶ୍ରୀ ରିୟାର ଏହି ଦାୟିତ୍ୱ ପାଇଥିବା ବେଳେ ଏହା ଜିଲ୍ଲା ପାଇଁ ଗର୍ବ ଆଣି ଦେଇଛି । ସେ ଜିଲ୍ଲାର ଜଣେ ଜଣାଶୁଣା ବରିଷ୍ଟ କ୍ରିକେଟ ଖେଳାଳି ତଥା ଜଣାଶୁଣା କ୍ରୀଡାବିତ ଭାବେ ପରିଚୟ ପାଇଥିବା ବେଳେ ବର୍ତ୍ତମାନ କ୍ରିକେଟ ଦଳର ମ୍ୟାନେଜର ଭାବେ ଚୟନ ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.