xmas

ମାଲକାନଗିରି ଉଚ୍ଚ ବାଳିକା ନୋଡାଲ ବିଦ୍ୟାଳୟରେ କର୍ମକ୍ଷେତ୍ରରେ ଯୌନ ଉତ୍ପୀଡନ ଆଇନ୍ ଉପରେ ସଚେତନତା

ମାଲକାନଗିରି: ମାଲକାନଗିରି ଉଚ୍ଚ ବାଳିକା ନୋଡାଲ ବିଦ୍ୟାଳୟରେ କର୍ମ କ୍ଷେତ୍ରରେ ଯୌନ ଉତ୍ପୀଡନ ସପର୍କିତ ଏକ ଆଇନି ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ବିଚାରପତି ମାନ୍ୟବର ଅଜନ୍ତା ସଢ଼ଙ୍ଗିଙ୍କ ତତ୍ତ୍ଵାବଧାନରେ ତଥା ନିର୍ଦ୍ଦେଶରେ ଅନୁଷ୍ଠିତ ହୋଇ ଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ ଆଇନ୍ ସେବା ପ୍ରାଧିକରଣ ସଚିବ ତଥା ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତର ବିଚାରପତି ମାନ୍ୟବର ରାକେଶ ମୁଦୁଲି ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରାଧିକରଣଙ୍କ ମୁଖ୍ୟ ଆଇନ୍ ସେବା ପ୍ରତିରକ୍ଷା ଓକିଲ ଆଶୋକ କୁମାର ପଟ୍ଟନାୟକ, ସହାୟକ ଆଇନ୍ ସେବା ପ୍ରତିରକ୍ଷା ଓକିଲ ସାଗର ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତି ରାଣୀ ବିଶ୍ୱାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କର୍ମକ୍ଷେତ୍ରରେ ଯୌନ ଉତ୍ପୀଡନ ଆଇନ୍ ଉପରେ ବିଚାରପତି ମୁଦୁଲି ପ୍ରାନଜଳ ଭାବେ ଉପସ୍ଥିତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀଙ୍କ ବୁଝାଇଥିଲେ। ଆଶୋକ କୁମାର ପଟ୍ଟନାୟକ ସମ୍ବିଧାନରେ ଥିବା ମୋଳିକ ଅଧିକାର ଓ କର୍ତ୍ତବ୍ୟ, ପୋକ୍ସୋ ଆଇନ୍, ଶିଶୁ ସୁରକ୍ଷା ସଂପର୍କିତ ଆଇନ ଉପରେ ବୁଝାଇଥିଲେ। ସାଗର ପାଣିଗ୍ରାହୀ ଯୌନ ଉତ୍ପୀଡନ ଆଇନ୍ ଉପରେ କହିଥିଲେ। ଶେଷରେ ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତି ରାଣୀ ବିଶ୍ୱାସ ଧନ୍ୟବାଦ ଅର୍ପଣ କରିଥଲେ।

Leave A Reply

Your email address will not be published.