xmas

ଶ୍ରୀ ଜଗନ୍ନାଥ ଓ ସାଇନାଥ ଚିତ୍ରlଙ୍କନ ପ୍ରତିଯୋଗିତା ଫଳାଫଳ ଘୋଷିତ

ଭୁବନେଶ୍ୱର ୨୬/୧୨: ଶ୍ରୀ ଶିରିଡି ସାଇ ଚାରିଟେବୁଲ ଟ୍ରଷ୍ଟ, ବସନ୍ତପୁର ପକ୍ଷରୁ ଦିବ୍ୟ ଆସିଷ ଦିବସ ଅବସରରେ ସ୍କୁଲ ପିଲାଙ୍କ ନିମନ୍ତେ ୟୁନିଟ୍-୩, ଉତ୍କଳ ସାମ୍ବାଦିକ ସଂଘ ପରିସରରେ ଆୟୋଜିତ ହୋଇଥିବା ଶ୍ରୀଜଗନ୍ନାଥ ଓ ଶ୍ରୀ ସାଇନାଥଙ୍କ ଚିତ୍ରାଙ୍କନ ପ୍ରତିଯୋଗିତାର ଫଳାଫଳ ପ୍ରକାଶିତ ହୋଇଛି। ଗ୍ରୁପ୍ ଏ ରେ ମଦର୍ ପବ୍ଲିକ ସ୍କୁଲର ୧ମ ଶ୍ରେଣୀ ଛାତ୍ର ବିରେନ୍ଦ୍ର ପ୍ରଥମ, ବିଜେଇଏମ୍-୧ ସ୍କୁଲର ୟୁକେଜି ଶ୍ରେଣୀ ଛାତ୍ର ସିବାଂସ ନାୟକ ୨ୟ ଓ ବିଜେଇଏମ୍ ସ୍କୁଲର ଏଲକେଜି ଶ୍ରେଣୀ ଛାତ୍ର ଜିଜ୍ଞାଶୁ ଜେନା ୩ୟ ହୋଇଛନ୍ତି। ଗ୍ରୁପ୍ ବି ରେ ବିଜେଇଏମ୍-୨ ସ୍କୁଲର ୩ୟ ଶ୍ରେଣୀ ଛାତ୍ରୀ ରଚିତା ଦାସ୍ ୧ମ, ସେଣ୍ଟ ଜୋସେଫ ହାଇ ସ୍କୁଲର ୪ର୍ଥ ଶ୍ରେଣୀ ଛାତ୍ର ପ୍ରିତିଶ ପଟ୍ଟନାୟକ ୨ୟ ଓ ବିଜେଇଏମ୍-୧ ସ୍କୁଲର ୪ର୍ଥ ଶ୍ରେଣୀ ଛାତ୍ରୀ ଅନନ୍ୟା ଅନୁସା ରାଉତ୍ ୩ୟ ହୋଇଛନ୍ତି। ଗ୍ରୁପ୍ ସି ରେ କେନ୍ଦ୍ରୀୟ ବିଦ୍ୟାଳୟ-୧ ର ୬ଷ୍ଠ ଶ୍ରେଣୀ ଛାତ୍ର ନିଖିଲ ରାଜ୍ ନାୟକ ୧ମ, ଫ୍ୟୁଚର ଭୁବନେଶ୍ୱର ସ୍କୁଲର ୬ଷ୍ଠ ଶ୍ରେଣୀ ଛାତ୍ରୀ ସନମ୍ ମିଶ୍ର ୨ୟ ଓ ବିଜେଇଏମ୍-୨ ସ୍କୁଲର ୬ଷ୍ଠ ଶ୍ରେଣୀ ଛାତ୍ର ସାଇ ଦିପ୍ ୩ୟ ହୋଇଛନ୍ତି। ଗ୍ରୁପ୍ ଡି ରେ କିସ୍ ସ୍କୁଲର ୮ମ ଶ୍ରେଣୀ ଛାତ୍ର ରାମ ମାରାଣ୍ଡି ୧ମ, କିସ୍ ସ୍କୁଲର ୮ମ ଶ୍ରେଣୀ ଛାତ୍ର ବରୁଣ ପାରେ ୨ୟ ଓ ସେଣ୍ଟ ଜାଭିୟର ସ୍କୁଲର ୮ମ ଶ୍ରେଣୀ ଛାତ୍ର ଆୟୁଷ ସାହୁ ୩ୟ ହୋଇଛନ୍ତି। ଏବଂ ବ୍ରହ୍ମପୁର କଲେଜ୍ ର +୨ ପ୍ରଥମ ବର୍ଷର ଛାତ୍ର ସାଗରଙ୍କୁ ଭିନ୍ନକ୍ଷମ ଅତିରିକ୍ତ ବିଜେତା ଘୋଷିତ କରାଯାଇଅଛି।

Leave A Reply

Your email address will not be published.