xmas

ନୌ ବିହାର ପାର୍କରେ ଅଭିନବ ଓ ଅନନ୍ୟ ନୂତନ ବର୍ଷର ଅଭିନନ୍ଦନ

ଚିତ୍ରକୋଣ୍ଡା: ଆଜି ଚିତ୍ରକୋଣ୍ଡା ବ୍ଳକ ଅନ୍ତର୍ଗତ ଗୁରୁପ୍ରିୟା ସେତୁ ନିକଟସ୍ଥ ଧନୁର୍ଜୟ ଗୁଡା ନୌ ବିହାର ପାର୍କ ଠାରେ ସ୍ଥାନୀୟ ଯୁବକ ମାନଙ୍କ ପ୍ରଚେଷ୍ଟାରେ ଏକ ଅଭିନବ ନୂତନ ବର୍ଷର ଅଭିନନ୍ଦନ ପାଳନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପୋଲିସ ବିଭାଗରେ କାର୍ଯ୍ୟରତ ଅଧିକାରୀ ତଥା ସମାଜସେବୀ ଏବଂ ବିଛିନ୍ନା ଅଞ୍ଚଳକୁ ସ୍ବାଭିମାନ ଅଞ୍ଚଳରେ ପରିବର୍ତ୍ତନ କରିବାକୁ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରିଥିବା ଆମ ସ୍ବାଭିମାନ ଅଞ୍ଚଳ ଦାର୍ଲାବେଡା‌ ଗ୍ରାମର ଲକ୍ଷ୍ମୀ ନାରାୟଣ ମୁଦୁଲି (ବଣ୍ଟି)‌ ଭାଇ ଓ ଆମ ବ୍ଲକ ଶିକ୍ଷା ଅଧିକାରିଣୀ ମେଡମ୍ ଯୋଗ ଦେଇ ଆନନ୍ଦ ଉଲ୍ଲାସର ସହିତ କେକ୍ କାଟି ନୂଆଁ ବର୍ଷ ଅଭିନନ୍ଦନ ଜଣାଇଛନ୍ତି। ବିଶେଷ କରି ଏଇ କାର୍ଯ୍ୟକ୍ରମକୁ‌ ସ୍ଥାନୀୟ ଯୁବକ ମାନଙ୍କ ସହଯୋଗରେ ଅତି ସୁନ୍ଦର ଭାବରେ ପାଳନ କରିଥିଲେ ଉକ୍ତ କାର୍ଯ୍ୟକ୍ରମରେ ବୁଦୁ ଶୁକ୍ରି, ସମ୍ରଙ୍ଗ, ଭୀମ ଖେମୁଡୁ, ମନ୍ତ୍ରୀ ପାଙ୍ଗି, ଜିତ୍ରୁ ହନ୍ତାଳ, ଘେନୁ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।

Leave A Reply

Your email address will not be published.