xmas

ହାଇଟେକ୍‌ ହସ୍ପିଟାଲ୍‌ରେ ବିସ୍ଫୋରଣ ଘଟଣା; ଜଣେ ଆହତ ଆଖି ବୁଜିଲେ

ଗତ ୨ ଦିନ ତଳେ ହସ୍ପିଟାଲର ତୃତୀୟ ମହଲାରେ ଏକ ଏସିରେ ଗ୍ୟାସ୍‌ ଫିଲିଂ ବେଳେ ବିସ୍ଫୋରଣ ହୋଇଥିଲା ।

ଭୁବନେଶ୍ୱର: ଭୁବନେଶ୍ୱର ପାଣ୍ଡରାସ୍ଥିତ ହାଇଟେକ୍ ହସ୍ପିଟାଲରେ ଘଟିଥିବା ହୋଇଥିବା ବିସ୍ଫୋରଣ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ଏସିପି ଗୌତମ କିଶାନ ସୂଚନା ଦେଇଛନ୍ତି ।

ଗତ ୨ ଦିନ ତଳେ ହସ୍ପିଟାଲର ତୃତୀୟ ମହଲାରେ ଏକ ଏସିରେ ଗ୍ୟାସ୍‌ ଫିଲିଂ ବେଳେ ବିସ୍ଫୋରଣ ହୋଇଥିଲା । ନିଆଁକୁ ସଙ୍ଗେ ସଙ୍ଗେ ଆୟତ୍ତ କରାଯାଇଥିବା ସତ୍ତ୍ୱେ ଏଥିରେ ୪ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ତାଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।

ମାତ୍ର ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ୱେ ଆଜି ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ମୃତକଙ୍କ ପରିଚୟ ମିଳି ପାରିନି। ଏଥିରେ ଆହତ ହୋଇଥିବା ଅନ୍ୟମାନେ ଚିକିତ୍ସିତ ଅଛନ୍ତି। ଆହତ ହୋଇଥିବା ସମସ୍ତେ ମେଡ଼ିକାଲ୍‌ କର୍ମଚାରୀ ବୋଲି ଜଣାଯାଇଛି।

Leave A Reply

Your email address will not be published.