xmas

ଅଜଣା ଜନ୍ତୁ ଆକ୍ରମଣରେ ଜଣେ ମହିଳା ଆହତ

ମାଲକାନଗିରି, ୪।୧: ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ବୋଡିଗେଟା ଗ୍ରାମର ରାମେ ମାଢି ନାମକ ମହିଳା ନିଜ ମାଙ୍କ ଘର କମଳାପଦରକୁ ଚାଲି ଚାଲି ଯାଉଥିବା ବେଳେ ଅଜଣା ଜନ୍ତୁର ଆକ୍ରମଣରେ ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ରାମେ ବୋଡିଗେଟାରୁ ବାହାରି ନିଜ ମାଙ୍କ ଘରକୁ ଜୀବ ବେଳେ ବାଟରେ ପଡୁଥିବା ଜଙ୍ଗଲରେ ତାଙ୍କୁ ଏକ ଅଜଣା ଜନ୍ତୁ ଆକ୍ରମଣ କରିଥିଲା । ତେବେ ମହିଳା ଜଣଙ୍କ ଆହତ ହୋଇଥିବା ବେଳେ ଏପରି ଜନ୍ତୁକୁ ସେ ଆଗରୁ କେବେ ଦେଖି ନଥିଲେ ବୋଲି କହିଥିଲେ । ତେବେ ଏହି ଜନ୍ତୁର ଆକ୍ରମଣରେ ମହିଳାଙ୍କ ମୁହା ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିବା ବେଳେ ତାଙ୍କୁ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିସ୍ତଳୟରେ ଭର୍ତ୍ତି କରାଇଛନ୍ତି । ଯାହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଥିବା ବେଳେ କାଲିମେଳା ଅଞ୍ଚଳରେ ଗତ କିଛିଦିନ ହେବ ଏହିପରି ଅଜଣା ଜନ୍ତୁ ଆକ୍ରମଣରେ ଅନେକ ଛେଳି ମେଣ୍ଢାଙ୍କ ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.