xmas

ଏମପିଭି ୬୬ ଗ୍ରାମରେ ମତୁଆ ମହୋତ୍ସବ ଅନୁଷ୍ଠିତ

ମାଲକାନଗିରି, ୪।୧: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକର ଏମପିଭି ୬୬ ଗ୍ରାମରେ ମତୁଆ ମହୋତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଜିଲ୍ଲାର କୋଣ ଅନୁକୋଣରୁ ପ୍ରାୟ ୬୦ଟି ମତୁଆ ସମ୍ପ୍ରଦାୟର ଦଳ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି l ତେବେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ ନିମନ୍ତ୍ର ଅତିଥି ଭାବେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବା ଯୋଗ ଦେଇ ଠାକୁର ଶ୍ରୀ ଶ୍ରୀ ଶ୍ରୀ ହରୀଚାନ୍ଦ ଗୁରୁଚାନ୍ଦ ଶାନ୍ତି ମାତାଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ l ଏହି ମହୋତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସର୍ବ ଭାରତୀୟ ମତୁଆ ଗୋସାଇଁ ରବୀନ୍ଦ୍ର ନାଥ ବିଶ୍ୱାସ, ସ୍ଥାନୀୟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁରଭୀ ଭୌମିକ, ପଡିଆ ବ୍ଲକ ସଭାପତି ଏମଡି ଫାରୁଖ, ପଡିଆ ବ୍ଲକ ଉପାଧ୍ୟକ୍ଷ କଲ୍ୟାଣ ବିଶ୍ୱାସ, ସ୍ଥାନୀୟ ସମିତି ସଭ୍ୟା ପୂର୍ଣ୍ଣିମା ମଧୁ, ବିଜେଡି ସାଧାରଣ ସମ୍ପାଦକ ସୁଭ୍ରାସୁ ସାହୁ, ବିଜେଡି ସାଧାରଣ ସମ୍ପାଦକ ମେଶାକ ରବି ମାଦ୍ରି, ବିଜେଡି ବରିଷ୍ଟ କର୍ମୀ ଦିଲିପ ପୋଟଲା, କର୍ମୀ ସୁବାଷ ଭୌମିକ, ପଞ୍ଚାୟତ ସଭାନେତ୍ରୀ ଅନିମା ରାୟ ଏବଂ ସ୍ଥାନୀୟ ବୁଦ୍ଧିଜୀବୀ, ଗ୍ରାମବାସୀ ମାନେ ଯୋଗ ଦେଇଥିଲେ । ଏଥିରେ ସ୍ଵତନ୍ତ୍ର ରୀତି ନୀତି ଅନୁଯାୟୀ ପୂଜାର୍ଚନା ସହ ବଙ୍ଗୀୟ ଭାଷା ଭାସିରେ ମତୁଆ ସମ୍ପ୍ରଦାୟର ମହତ୍ଵ ଓ କିପରି ଏହାର ପ୍ରଚାର ପ୍ରସାର ହେବ ସେ ଦିଗରେ ଏହି କାର୍ଯ୍ୟକ୍ରମରେ ଆଲୋଚନା କରଯାଇଥିଲା ।

Leave A Reply

Your email address will not be published.