ଜଗନ୍ନାଥ ସଂସ୍କୃତି ଓ ଆଦିବାସୀ ସଂସ୍କୃତିର ଅପୂର୍ବ ମିଳନ: ଅର୍ପଣ ରଥକୁ ଭବ୍ୟ ସମ୍ବର୍ଦ୍ଧନା ଓ ସ୍ବାଗତ ଜଣାଇଲେ ମାଟାପାକା ପଞ୍ଚାୟତବାସୀ
ମାଲକାନଗିରି: ମାଲକାନଗିରି ଜିଲ୍ଲାର ପଡୋଶୀ ରାଜ୍ୟ ଛତିଶଗଡ଼ ସୀମାବର୍ତ୍ତି ମାଲକାନଗିରି ବ୍ଲକର ଆଦିବାସୀ ଅଧ୍ୟୁଷିତ କୋୟା ଆଦିବାସୀ ବହୁଳ ମାଟାପାକା ପଞ୍ଚାୟତ ବାସୀ ଙ୍କ ଉଛସ୍ଵିତ ସ୍ବାଗତ ନିଜ ପାରମ୍ପାରିକ ନୃତ୍ୟ ତଥା ବେଶ ଭୂଷା, ସଙ୍କୀର୍ତ୍ତନ ମଣ୍ଡଳୀରେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ଼ ମେମ୍ବର,ପଂଚାୟତ ନିର୍ବାହୀ ଅଧିକାରୀ ଉପସ୍ଥିତ ରହି ସମସ୍ତ ଘର ଠାରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରାଗଲା। ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡ଼ିଆ କୋୟା ପାରମ୍ପରିକ ନୃତ୍ୟରେ ସାମିଲ ହୋଇଥିଲେ ଏବଂ ଜଗନ୍ନାଥ ସଂସ୍କୃତି ଓ ଆଦିବାସୀ ସଂସ୍କୃତିର ଅପୂର୍ବ ମିଳନ ଦେଖିବାକୁ ମିଳିଥିଲା। ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଶ୍ରୀ ନାରାୟଣ ହାଁସଦା,bକନିଷ୍ଠ ଯନ୍ତ୍ରୀ ସରୋଜ ସାମନ୍ତରାୟ, ପୂର୍ବତନ ସରପଂଚ ବିନାୟକ ପୋଡିଆମି ପ୍ରମୁଖ ଉପସ୍ଥିତ ରହିଥିଲେ।