xmas

ଆମ ଓଡ଼ିଶା ନବୀନ ଓଡ଼ିଶାର ଜିଲ୍ଲା ସଂଯୋଜକ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କଲେ ସମୀକ୍ଷା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆମ ଓଡ଼ିଶା ନବୀନ ଓଡ଼ିଶାର ବିକାଶ ଓ ବିଜୁ ଜନତା ଦଳର ସଂଗଠନକୁ ସୁଦୃଢ କରିବା ପାଇଁ ପ୍ରାଣ ପଣେ ଚେଷ୍ଟା କରୁଥିବା ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସକ୍ରିୟ ଯୁବ ନେତା ତଥା ମାଲକାନଗିରି ଜିଲ୍ଲା ଆମ ଓଡ଼ିଶା ନବୀନ ଓଡିଶାର ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ଚିତ୍ତ ରଞ୍ଜନ ପଟ୍ଟନାୟକ ଆଜି ମାଲକାନଗିରି ବ୍ଲକ ପଦ୍ମଗିରି ଜିଲ୍ଲା ପରିଷଦ ଜୋନ୍ ୧ର ୭ଟି ଗ୍ରାମ ପଞ୍ଚାୟତ ଗସ୍ତ କରି ଆମ ଓଡ଼ିଶା ନବୀନ ଓଡିଶାର ଉନ୍ନୟନ କାର୍ଯ୍ୟ ତଦାରଖ କରିଛନ୍ତି । ପଦ୍ମଗିରି ଜିଲ୍ଲା ପରିଷଦ ଜୋନ୍ ର ୭ଟି ଗ୍ରାମ ପଞ୍ଚାୟତ ପଦ୍ମଗିରି, ଉଡୁପା, ଝରାପାଲ୍ଲୀ, ପେଡା କୋଣ୍ଡା, ସିନ୍ଦ୍ରିମାଲ, ଗୌଡ଼ଗୁଡା ଓ ତାମସା ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମରେ ପହଞ୍ଚି ସ୍ଥାନୀୟ ଗ୍ରାମ କମିଟି ବୃନ୍ଦଙ୍କ ସହ ସାକ୍ଷାତ ଓ ବିଶେଷ ଆଲୋଚନା କରି ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ସମସ୍ତ ଗ୍ରାମ କମିଟି ବୃନ୍ଦଙ୍କୁ ଅନୁରୋଧ କରିଛନ୍ତି । ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟର ସ୍ଥିତି ଅନୁଧ୍ୟାନ ଓ ଉନ୍ନୟନ କାର୍ଯ୍ୟର ତଦାରଖ ସମୟରେ ଉପସ୍ଥିତ ଥିଲେ ପଦ୍ମଗିରି ଜିଲ୍ଲା ପରିଷଦ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ କୁନି ଭୂମିଆ, ଜିଲ୍ଲା ଯୁବ ସମ୍ପାଦକ ବସନ୍ତ ନାୟକ, ଜିଲ୍ଲା ମିଡିଆ ସଂଯୋଜକ ସଦାନନ୍ଦ ଖରା, ସ୍ଥାନୀୟ ସମସ୍ତ ସରପଞ୍ଚ, ସମସ୍ତ ୱାର୍ଡ ସଭ୍ୟ, ସମସ୍ତ ବିଜୁ ଜନତା ଦଳର ପଞ୍ଚାୟତ ସଭାପତି, ବିଜୁ ଜନତା ଦଳର ସମସ୍ତ ୱାର୍ଡ କମ୍ମିଟି ଓ ଗ୍ରାମ କମିଟି ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.