xmas

୧୧୦୯ ଟ୍ରକ୍ ଗାଡି ଡାଲା ଭିତରୁ ୬୩୧ କେଜି ଗଞ୍ଜେଇ ଜବତ

ମାଲକାନଗିରି/କାଲିମେଳା, ତା ୨୩/୦୧: ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ, ଆଜି ଭୋର ସକାଳ ୭ଟା ବେଳେ ବିଶେଷ ସୂତ୍ରରୁ ଖବର ପାଇ କାଲିମେଳା ଗ୍ରୀଡ଼ ଅଫିସ ସମ୍ମୁଖ ୩୨୬ ନମ୍ବର ଜାତୀୟ ରାଜପଥରେ ଥିବା କାଲିମେଳା ପୋଲିସ ଚେକ ପୋଷ୍ଟରେ ଧରା ପଡିଛି କୁଣ୍ଡା, ଧାନ ବୋଝେଇ ମାଟିଆ ରଙ୍ଗର AP05TB9310 ବିଶିଷ୍ଟ ଟାଟା କମ୍ପାନୀ ୧୧୦୯ ଟ୍ରକ୍ EX.2 BSW ଗାଡି ଭିତରୁ ବାହାରିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ l ଏହି ଗାଡିର ଡ଼ାଲାରେ ଛଅ ଗୋଟି ଓଂଡର ଗ୍ରୋଉଣ୍ଡ ବୋକ୍ସ ତିଆରି କରି ସେଥିରେ ଗଞ୍ଜେଇ ଭରି ତାକୁ ନୋଟ ବୋଲ୍ଟରେ ଭିଡି ତା ଉପରେ କୁଣ୍ଡା ଓ ଧାନ ଭରି ନେଇଥିବା ବେଳେ ପୋଲିସ ଗାଡିକୁ ଓଟକାଇ ଯାଞ୍ଚ କରିବରୁ ସେଥିରେ ବିପୁଳ ପରିମାଣର ଗଞ୍ଜେଇ ଭାରିଛି l ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ଚାରିରୁ ପାଞ୍ଚ କ୍ୱିଣ୍ଟାଲ ଗଞ୍ଜେଇ ରହିଥିବା ବେଳେ ଏହାର ମୂଲ୍ୟ ଦଶ ଲକ୍ଷରୁ ଉର୍ଦ୍ଧ୍ବ ଅନୁମାନ କରାଯାଉଛି l ଓଡିଶାରୁ ଆନ୍ଧ୍ରପ୍ରଦେଶକୁ ଚାଲାଣ କରାଯାଉଥିଲା ଗଞ୍ଜେଇ l ମାଲକାନଗିରି ଜିଲ୍ଲା କାଲିମେଲା ଥାନା ଚେକ ପୋଇଣ୍ଟରେ ଚେକିଙ୍ଗ ସମୟରେ ଧରିଲା ପୋଲିସ l ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ଗାଡି ଜବତ କରିବା ସହ ଅଧିକ ତଦନ୍ତ କରୁଛି କାଲିମେଳା ପୋଲିସ l ଓ ମାଜିଷ୍ଟ୍ରଟେ ଆସିଲା ପରେ ଜବତ ଗଞ୍ଜେଇକୁ ମପା ଯିବ ଓ ତାର ସଠିକ ପରିମାଣ ଜଣାଯିବ ବୋଲି କାଲିମେଳା ଥାନା ଭାରପ୍ରାପ୍ତ ଅଧିକାରୀ ଚନ୍ଦ୍ର କାନ୍ତ ତାଣ୍ଡି ସୂଚନା ଦେଇଛନ୍ତି l ତଦନ୍ତ ପରେ ସଠିକ ସୂଚନା ଦିଆଯିବ ବୋଲି କହିଛନ୍ତି କାଲିମେଳା ଥାନା ଭାରପ୍ରାପ୍ତ ଅଧିକାରୀ l ଏହି ଯାଞ୍ଚ ସମୟରେ କାଲିମେଳା ଥାନା ଏସ.ଆଇ ଦ୍ରଣଚାରି ସୁନାନୀ ଓ ବିଜୟ କୁମାର ମାଝୀ, ଓ କାଲିମେଳା ଥାନା କର୍ମଚାରୀ ମାନେ ଏହି ଯାଞ୍ଚ ସମୟରେ ଥିଲେ ୬୩୧ କେ.ଜି ଆନୁମାନିକ ମୂଲ୍ୟ ୪୦ରୁ ୪୫ ଲକ୍ଷ ହେବ ବୋଲି ଥାନା ଅଧିକାରୀ କହିଛନ୍ତି l

Leave A Reply

Your email address will not be published.