xmas

ମାଲକାନଗିରି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ଵାରା ଜାତୀୟ ଶିଶୁ କନ୍ୟା ଦିବସ ୨୦୨୪ ପାଳିତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ପ୍ରଶାସନ ମାଲକାନଗିରିର ମିଳିତ ଅନୁକୂଲ୍ୟରେ ଜାତୀୟ ଶିଶୁ କନ୍ୟା ଦିବସ ୨୦୨୪ ପାଳିତ ହୋଇଯାଇଅଛି I ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି ଓ ଅଥନୈତିକ, ରାଜନୈତିକ ଓ ସାମାଜିକ ପ୍ରଗତିରେ ଦେଶ ଓ ପ୍ରଦେଶ ମାନଙ୍କରେ ଅନେକ ପରିବର୍ତନ ଆସିଥିଲେ ମଧ୍ୟ ନାରୀଶିକ୍ଷା ଓ ସାମାଜିକ ଵେବସ୍ଥା ମଧ୍ୟରେ ନାରୀର ଗୁରୁତ୍ୱ କେଉଁଠି ନା କେଉଁଠି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି I ଏଥିପାଇଁ ବ୍ୟବସ୍ଥାଗତ ପରିବର୍ତନ ଓ ଝିଅ ମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବାର ଆହ୍ୱାନ ନେଇ ଆଜିର ଏହି ଜାତୀୟ ଶିଶୁ କନ୍ୟା ଦିବସ ୨୦୨୪ ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ମାଲକାନଗିରି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ଵାରା କରାଯାଇଥିଲା I ଜିଲ୍ଲାର ବିଭିନ୍ନ ଶିକ୍ଷା ଅନୁଷ୍ଠାନରୁ ଆସିଥିବା ୨୫୦ରୁଅଧିକ କିଶୋରୀ, ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଜିଲ୍ଲା ସଦର ମହୁକୁମାସ୍ଥିତ ମାଲ୍ୟବନ୍ତ ଛାତ୍ରାବାସର ସମ୍ବିଳନୀ କକ୍ଷରେ ଏକ ସଚେତନତା ଭିତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମାଲକାନଗିରି ଶ୍ରୀଯୁକ୍ତ ତ୍ରିନାଥ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ସଂଗେସଂଗେ ଅନ୍ୟତମ ଅତିଥିଭାବେ ଶ୍ରୀମତୀ ସଂଯୁକ୍ତ ପ୍ରଧାନ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ସଭାପତି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପ୍ରମିଳା ମହାନ୍ତି, ଅତିରିକ୍ତ ଶ୍ରମ ଅଧିକାରୀ ଶ୍ରୀମତୀ ପୁର୍ଣିମା ଦୂରକା, ମହିଳା ପୁଲିସ ଅଧିକାରୀ ଶ୍ରୀମତୀ ତିଳତମା ନାୟକ, କିଶୋର ନ୍ୟାୟ ବୋର୍ଡ଼ର ସଦସ୍ୟ ଶ୍ରୀ ସନ୍ତୋଷ କୁମାର ଦାଶ ଯୋଗଦେଇଥିଲେ I ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ନାରାୟଣ ଦାସ ସଭା ପରିଚାଳନା କରିଥିବା ସଂଗେସଂଗେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ମାନେ ଯୋଗଦାନ କରିଥିଲେ I ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷାର ସର୍ବଚୋ ନମ୍ବର ରଖି ଉତୀର୍ଣ୍ଣ ହୋଇଥିବା ୨୦ ଜଣ କିଶୋରୀ, +୩ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ସର୍ବୋଚ ନମ୍ବର ରଖିଥିବା ୦୪ ଜଣ କିଶୋରୀ, ଜାତୀୟ ଓ ରାଜ୍ୟସ୍ତରୀୟ କ୍ରୀଡାରେ କୃତିତ୍ୱ ହାସଲ କରିଥିବା ୦୪ ଜଣ କିଶୋରୀ ଓ ସାମାଜିକ ଵେବସ୍ଥାର ପରିବର୍ତନର ଆହ୍ୱାନକୁ ସଫଳତାରସହ ସାମ୍ନା କରିଥିବା ୦୨ ଜଣ କିଶୋରୀଙ୍କୁ ପ୍ରତେକଙ୍କୁ ୫୦୦୦ କରି ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା I ଜିଲ୍ଲାରେ ନାରୀ ଶିକ୍ଷାକୁ ସୁଦୃଢ କରିବା ଓ ଶ୍ରେଣୀରେ ବାଳିକା ମାନଙ୍କର ଉପସ୍ଥାନ ଅଧିକ ଥିବାର ମାଣଦଣ୍ଡକୁ ଆଧାର କରି ଜିଲ୍ଲାର ୦୫ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୫ଟି ପ୍ରାଥମିକ ବିଦ୍ୟାଳୟକୁ ପ୍ରୋଚାହନ ପୂର୍ବକ ବିଦ୍ୟାଳୟର ଵେବସ୍ଥା ଓ ପରିବେଶକୁ ବାଳିକାସୁଲଭ କରିବା ପାଇଁ ପ୍ରତେକ ଅନୁଷ୍ଠାନକୁ ୨୫୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା I ଜିଲ୍ଲାରେ ନାରୀ ଶିକ୍ଷାର ଅଗ୍ରଗତି, ବାଲ୍ୟ ବିବାହର ପ୍ରତିରୋଧ, ଶିଶି ଶ୍ରମିକ ପ୍ରଥାର ଉଛେଦ ଓ ଜିଲ୍ଲାର ପ୍ରତେକ ଗ୍ରାମ ପଞ୍ଚାୟତକୁ ଶିଶୁ ସୁଲଭ କରିବାର ବର୍ତ୍ତିଦେଇ, କାର୍ଯ୍ୟକ୍ରମକୁ ପରିସମାପ୍ତି ଘୋଷଣା କରାଯାଇଥିଲା I

Leave A Reply

Your email address will not be published.