xmas

ବସନ୍ତପୁର ଶିରିଡି ସାଇ ମନ୍ଦିର ପରିସରରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ

ଗରଦପୁର-ତା. ୨୬/୦୧/୨୦୨୪: କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ତେଣ୍ଡାକୁଡା ପଞ୍ଚାୟତର ବସନ୍ତପୁର ସ୍ଥିତ ଶ୍ରୀ ଶ୍ରୀ ଶିରିଡି ସାଇ ମନ୍ଦିର ପରିସରରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଅଛି। ଉକ୍ତ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ମହାପାତ୍ର ଜାତୀୟ ପତାକା ଉତ୍ତୋଳନ କରି ସାଧାରଣତନ୍ତ୍ର ଦିବସର ମହାତ୍ମ ବିଷୟରେ ଆଲୋକପାତ କରିଥିଲେ। ଅନୁଷ୍ଠାନର ମ୍ୟାନେଜିଂ ଟ୍ରଷ୍ଟି ଡଃ ରୁଦ୍ଧି ସୁନ୍ଦର ମହାନ୍ତି, ଟ୍ରଷ୍ଟି ଶ୍ରୀଯୁକ୍ତ ଚଣ୍ଡୀ ପ୍ରସାଦ ମହାନ୍ତି, ସ୍ୱରୁପ ମହାନ୍ତି, ରଞ୍ଜିତ ମହାନ୍ତି, ପ୍ରଭାସ ମହାନ୍ତି ଓ ନିରଂଜନ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave A Reply

Your email address will not be published.