ମାଲକାନଗିରି, ୩୦/୧/୨୪: ମାଲକାନଗିରି ବ୍ଲକ ତରଫରୁ ଗୋଷ୍ଠି ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝଡ଼ିଆଙ୍କ ଅଧ୍ୟକ୍ଷତାରେ ଆଜି ଗଙ୍ଗଲା ଗ୍ରାମ ପଞ୍ଚାୟତ ଠାରେ “ଆମ ଓଡ଼ିଶା ନବୀନ ଓଡ଼ିଶା” ଯୋଜନା ଉପରେ ଗ୍ରାମ ପଞ୍ଚାୟତସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପଞ୍ଚାୟତସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାଲକାନଗିରି ପୂର୍ବତନ ବିଧାୟକ ମାନସ ମାଡ଼କାମୀ ଯୋଗ ଦେଇଥିବା ବେଳେ ସମ୍ମାନିୟ ଅତିଥି ଭାବରେ ମାଲକାନଗିରି ବ୍ଲକର ପୂର୍ବତନ ଅଧକ୍ଷ ଅକ୍ଷୟ କୁମାର ନାୟକ ଉପସ୍ଥିତ ରହିଥିଲେ, ସ୍ଥାନୀୟ ସରପଞ୍ଚ ସୁଦର୍ଶନ କୋପେ, ସ୍ଥାନୀୟ ଜନ ପ୍ରତିନିଧି ଡାନେଲ ପୋଟଲା, କଣ୍ଟେସ ପଟଲା, ସମିତି ସଭ୍ୟ ପ୍ରମୁଖଙ୍କ
ସହ ବହୁ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ଆମ ଓଡ଼ିଶା ନବୀନ ଓଡିଶା ଯୋଜନାରେ ଗ୍ରାମ ପଞ୍ଚାୟତସ୍ତରୀୟ ସଚେତନତା ପ୍ଲେ ଅଭିଯାନରେ ଯୋଗ୍ୟ ହିତାଧିକାରୀ ଏବଂ ଗଙ୍ଗଲା ଗ୍ରାମ ପଞ୍ଚାୟତର ଶ୍ରେଷ୍ଠ କ୍ଷେତ୍ର କାର୍ଯ୍ୟକର୍ତ୍ତାଙ୍କୁ ୱାର୍କ ଅର୍ଡର ଏବଂ କିଟ୍ ବଣ୍ଟନ ଓ ବିତରଣ କରାଯାଇଛି । ଏହା ସହ ବିଡିଓ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଲକ୍ଷ୍ମୀ ବସ୍ ଯୋଜନା, ୫-ଟି ହାଇସ୍କୁଲ ରୂପାନ୍ତରିତ ଯୋଜନା, ରାସ୍ତା ଘାଟ ନିର୍ମାଣ, ମିଶନ ଶକ୍ତି ଯୋଜନା ଗୁଡ଼ିକ ଲୋକଙ୍କୁ ବୁଝାଇବା ସହ ସ୍ଥାନୀୟ କଳାକାରଙ୍କ ଦ୍ଵାରା ପାରମ୍ପରିକ ଲୋକ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନତା କରାଯାଇଥିଲା ।
