ଆମ ଶୌଚାଳୟ ଓ ପାର୍କିଂ ଅଞ୍ଚଳ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତକୁ ନେଇ କଂଗ୍ରେସର ଆନ୍ଦୋଳନ ଚେତାବନୀ

ମାଲକାନଗିରି: ମାଲକାନଗିରି ପୌର ପରିଷଦ ବର୍ତ୍ତମାନ ଅଧିକାରୀ ଶୂନ୍ୟ ପରିଷଦ। ତିନି ତିନି ଥର ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବଦଳି ହେଲେଣି । ଉନ୍ନୟନ କାର୍ଯ୍ୟ ଠପ୍, ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ଅଭିଯୋଗ ବାରମ୍ବାର ଆସିଲାଣି, ସଫେଇ କାର୍ଯ୍ୟରେ ନିୟୋଜିତ ଗାଡ଼ି ଗୁଡ଼ିକ ଭଙ୍ଗା ଅବସ୍ଥାରେ ଦୀର୍ଘ ଦିନ ହେଲା ପଡ଼ିଲାଣି । ମାଲକାନଗିରି ପୌର ପରିଷଦ ମୂରବୀ ଶୂନ୍ୟ ହୋଇପଡିଛି ।
ମାଲକାନଗିରି ପୌର ପରିଷଦ ଅଞ୍ଚଳର ୧୯ଟି ଓ୍ବାର୍ଡ଼ର ପରିମଳ ବ୍ୟବସ୍ଥା ପାଇଁ ମାସିକ ଖର୍ଚ୍ଚ ହେଉଛି, ଲକ୍ଷ ଲକ୍ଷ ଟଙ୍କ। । ତେବେ ଜିଲ୍ଲା ସଦର ମହକୁମାସ୍ଥିତ ସୁବାଷ ବୋଷ ଛକ ନିକଟସ୍ଥ ଆମ ଶୌଚାଳୟ ଓ ପାର୍କିଙ୍ଗ ଅଞ୍ଚଳର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଓ ଅସ୍ବାସ୍ଥ୍ୟକର ପରିବେଶ ହିଁ ବୟାନ କରୁଛି, କେତେ ସ୍ୱଚ୍ଛ, ଆମ ପୌର ପରିଷଦ । ପୌର ପରିଷଦ ପକ୍ଷରୁ କୌଣସି ଦୃଷ୍ଟି ଦିଆଯାଉ ନ ଥିବାରୁ ଆମ ଶୌଚାଳୟ ଓ ପାର୍କିଙ୍ଗ ଅଂଚଳର ସ୍ଥିତି ଦେଖି ଆଜି କଂଗ୍ରେସ ଦଳ ପକ୍ଷରୁ, ସଫେଇ କରିଥିଲେ । ଜନସାଧାରଣଙ୍କ ସୁବିଧା ପାଇଁ ପ୍ରାୟ ୩୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ଗତ କିଛି ମାସ ତଳେ ନିର୍ମାଣ ହୋଇଥିଲା, ଆମ ଶୌଚାଳୟ ଓ ପାର୍କିଙ୍ଗ ସ୍ଥଳ । ଉଦ୍ଦେଶ୍ୟ ଥିଲା, ପରିକ୍ଷଦକୁ ସ୍ଵଚ୍ଛ ରଖୁବା ସହ ଯାତ୍ରୀଙ୍କୁ ଶୌଚ ସୁବିଧା ଯୋଗାଇବା । କିନ୍ତୁ ଉଦଘାଟନର କିଛି ମାସ ପରେ ହଁ ରକ୍ଷଣାବେକ୍ଷଣ ଅଭାବରୁ ଏହାଇ ଅବସ୍ଥା ହୋଇଛି, ଜରାଜୀର୍ଣ୍ଣ । ଶୌଚାଳୟର ଦୁର୍ଗନ୍ଧମୟ ପରିବେଶ ଯୋଗୁଁ ଏହା ବ୍ୟବହାର ପାଇଁ ଲୋକଙ୍କୁ ସୃଷ୍ଟି କରୁଛି ସମସ୍ୟା । ଏହାର ପାଇଖାନା, ୱାସ ବେସିନ ସମେତ ପାର୍କିଙ୍ଗ ଅଂଚଳରେ ପାନ ଛେପ ସହ ମଦ ବୋତଲ, ମୃଦୁ ପାନୀୟ ବୋତଲ, ବିଭିନ୍ନ ପଲିଥନ ପଡ଼ିରହିଛି । ଫଳରେ ଅସ୍ବାସ୍ତ୍ୟକର ପରିବେଶ ଯୋଗୁଁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥି ଯୋଗୁଁ ବାଧ୍ୟ ହୋଇ କଂଗ୍ରେସ ଦଳର ନେତା ଓ କର୍ମୀମାନେ ମିଶି ଶୌଚାଳୟ ଓ ପାର୍କଙ୍ଗ ଅଂଚଳକୁ ସଫେଲ କରିଛନ୍ତି । ଏହି ଶୌଚାଳୟର ସଫା ସୁତୁରା ଓ ରକ୍ଷଣାବେକ୍ଷଣ ପାଇଁ ୧୨ ହଜାଇ ଦିଆଯାଉଥିବା ବେଳେ ଏହାର ଅବସ୍ଥାକୁ ନେଇ କଂଗ୍ରେସ ଦଳ ଅସନ୍ତୋଷ ପ୍ରକାଶ କରିଛି । ଏ ପରିପେକ୍ଷରେ ପରିଷଦରେ କରାଯାଇଥିବା ସହ ଶୌଚଳୟର ରକ୍ଷଣାବେକ୍ଷଣ ପାଇଁ କିଏ ନାହିଁ ବୋଲି ଅଭିଯୋଗ କରିଛି କଂଗ୍ରେସ । ମାଲକାନଗିରି ପୌର ପରିଷଦର ୧୯ଟି ୱାର୍ଡ଼ରେ ଆସନ୍ତ। ଏକ ସପ୍ତାହ ମଧ୍ୟରେ ରାସ୍ତାଘାଟ ଓ ନାଳ ନର୍ଦ୍ଧମା ସଫା କରିବା ସହ ଲାଇଟ ବ୍ୟବସ୍ଥା କରାନ ଗଲେ କଂଗ୍ରେସ ଦଳ ପକ୍ଷରୁ ଆନ୍ଦୋଜନ କରାଯିବ ବୋଲି କଂଗ୍ରେସର ବରିଷ୍ଠ ନେତା ଜି ଶ୍ରୀନିବାସ ରାଓ ଓ ଦଳର ନେତାମାନେ ଚେତାବନୀ ଦେଇଛନ୍ତି । ଏହି ଅବସରରେ ଜି ଶ୍ରୀନିବାସ ରାଓ, କେଶୁ ରାଓ, ପର୍ଶୁରାମ ଭକ୍ତ, ରହିମ ଖାନ, ସରୋଜ କୁମାର ପାତ୍ର, ଛବି ଦାସ, ପଦ୍ମ ପାଙ୍ଗି ଏବଂ କଂଗ୍ରେସ ନେତୃବର୍ଗ ଓ କର୍ମୀ ମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.