ମାଲକାନଗିରି ଜିଲ୍ଲାରେ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଓ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ

ମାଲକାନଗିରି: ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ ଭୁବନେଶ୍ବର ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ଵରା ଏହାର ଶୁଭ ଉଦଘାଟନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ ହେବା ପରେ ଅନୁରୂପ ଭାବେ ମାଲକାନଗିରି ଜିଲ୍ଲାର ସମସ୍ତ ବ୍ଲକ୍, ପୌରପାଳିକା, ଶିକ୍ଷାନୁଷ୍ଠାନ ମାନଙ୍କରେ ନିଜ ନିଜ ମାତୃଭାଷାର ସମ୍ମାନ ଓ ଗୌରବ ପାଇଁ ଏହି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି । ଏହି ପରିପେକ୍ଷରେ ମାଲକାନଗିରି ସଦର ବ୍ଲକ ପରିସରରେ ଗୋଷ୍ଟି ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡିଆଙ୍କ ଅଧ୍ୟକ୍ଷତାରେ ମହା ଆଡମ୍ବର ସହ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରି ତାଙ୍ଗୁଲ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ରତ୍ନାକର ସାହୁ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଗୌରୀ ପୋଡ଼ିଆମି ଉପସ୍ଥିତ ଥିଲେ । ମଞ୍ଚାସିନ ଅତିଥି ମାନେ ପ୍ରଭୁ ଶ୍ରୀ ଜଗନ୍ନାଥ ଓ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ । ମଞ୍ଚରେ ବୃହତ ଏଲଇଡି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଉଦ୍ଘାଟନ ର ସିଧା ପ୍ରସାରଣ କରାଯାଇଥିଲା। ଏହି ଅବସରରେ ଜିଲ୍ଲାର ସାହିତ୍ୟିକ, ଲେଖକ, କବି, ଗବେଷକଙ୍କୁ ଅତିଥିଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା। ସାହିତ୍ୟକ ଓ ଗବେଷକ ଓ ଲେଖକ ଭାବେ ରତ୍ନାକର ଦାସ, ଶିକ୍ଷାବିତ ଓ ଲେଖକ ଭାବେ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, କେଶବ ଚନ୍ଦ୍ର ନାୟକ, ମନୋଜ କୁମାର ସାହୁ, ଭାରତୀ ଦେବୀ, ଭଗବାନ ହନ୍ତାଳ, ସଂଯୁକ୍ତା ନାୟକ, ରଞ୍ଜିତା ଦାସ, ସୁରମା ମହାରଥା, ପୁଷ୍ପା ରାଣୀ କବାସିଙ୍କୁ ଉପଢୌକନ, ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।ଏହି ଅବସରରେ କବି ମାନେ ନିଜର ସ୍ଵରଚିତ କବିତା ପାଠ କରିଥିଲେ ଏବଂ ଓଡ଼ିଆ ପୁସ୍ତକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ମଞ୍ଚ ପରିଚାଳନା ବିନାଶ ମିଶ୍ର କରିଥିବା ବେଳେ କନିଷ୍ଠ ଯନ୍ତ୍ରୀ ସରୋଜ ସାମନ୍ତରାୟ, ପ୍ରତାପ ନାୟକ ଓ ବ୍ଲକର ସମସ୍ତ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave A Reply

Your email address will not be published.