ନୂଆ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ବିଶୃଙ୍ଖଳା ଅଭିଯୋଗ: ଥାନାର ଏତଲା ଦେଲେ ପଦ୍ମଗିରି ସରପଞ୍ଚ ଓ ଜନ ପ୍ରତିନିଧି

ମାଲକାନଗିରି,୪/୨: ଗତକାଲି ମାଲକାନଗିରି ବ୍ଲକ ଅନ୍ତର୍ଗତ ପଦ୍ମଗିରି ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା ଶିବିର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପଦ୍ମଗିରି ଗ୍ରାମ ପଞ୍ଚାୟତର ସରପଞ୍ଚ ସୁନାଧାର ମାଡକାମି ପରିଚାଳନା କରୁଥିଲେ। ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନ‌ୟନ ଅଧୁକାରୀଙ୍କ ସହ ବ୍ଲକ ଅଧକ୍ଷା, ଜିଲ୍ଲା ପରିଷଦ ସଭ୍ୟା, ସରପଞ୍ଚ, ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ବର୍ଗ, ଛାତ୍ର ଛାତ୍ରୀ ଏବଂ ସମସ୍ତ ପଞ୍ଚାୟତବାସୀ ଉପସ୍ଥିତ ରହି ଶାନ୍ତିପୂର୍ଣ ଭାବେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା। ତେବେ ହଠାତ ଉକ୍ତ କାର୍ଯ୍ୟକ୍ରମରେ ମାଲକାନଗିରି ବ୍ଲକ ଉପାଧକ୍ଷ ନିରଞ୍ଜନ ହାଲଦାର କିଛି ଅସାମାଜିକ ବ୍ୟକ୍ତିଙ୍କୁ ଧରି ଜୋର ଜବରଦସ୍ତ ପଶି ଆସି ଝଗଡ଼ା କରିବା ସହ ଓଡିଶା ସରକାରଙ୍କ ବିରୋଧରେ ନାରା ଦେବା ସହ କାର୍ଯ୍ୟକ୍ରମ ବନ୍ଦ କରିବା ପାଇଁ କହି ସମସ୍ତ ଏସଏଚଜି ମହିଳାଙ୍କୁ, ବ୍ଲକ ଅଧ୍ୟକ୍ଷା ଗୌରୀ ପଡ଼ିଆମୀ, ଜିଲ୍ଲା ପରିଷଦ ସଭ୍ୟା କୁନି ଭୂମିଆଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ଏହାକୁ ବିରୋଧ କରି ନିରଞ୍ଜନ ହଲଦାରଙ୍କୁ ବୁଝାସୁଝା କରିବା ସହ ସରପଞ୍ଚ ସୁନାଧର ତାଂକୁ କାର୍ଯ୍ୟକ୍ରମରେ ଡକାଯାଇନଥିବା କହିଥିଲେ।ତୁମେ କାହିଁକି ଏଠାକୁ ଆସି କାର୍ଯ୍ୟକ୍ରମକୁ ଭଣ୍ଡୁର କରୁଛ ବୋଲି ସରପଞ୍ଚ ସୁନାଧର ତାଂକୁ କହିଥିଲେ। ଏହା କହିବା ପରେ ସରପଞ୍ଚଙ୍କୁ ବ୍ଲକ ଉପାଧ୍ୟକ୍ଷ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିବା ସହ ତୁ ଜଣେ ଆଦିବାସୀ କୋୟା ତୁ ମତେ କଣ ଶିଖେଇବୁ କହି ଜୀବନରେ ମାରି ଦେବା ପାଇଁ ଧମକ ଦେଇଥିବା ନେଇ ମାଲକାନଗିରି ଥାନାରେ ସରପଞ୍ଚ ଲିଖିତ ଅଭିଯୋଗ କରିଛନ୍ତି। ଏଥିରେ ଭୀଷଣ ଭାବରେ ପ୍ରଭାବିତ ହୋଇ କୁନି କୁନି ଛାତ୍ର ଛତ୍ରୀ ମାନେ ନିଜର ପ୍ରତିଭା ପ୍ରଦର୍ଶନ କରିବାରୁ ବଞ୍ଚିତ ହେଲେ। ଏଥିସହ ଉପସ୍ଥିତ ଅତିଥି ଅସମ୍ମାନିତ ହେଲେ ଏବଂ ଦୂର ଦୁରାନ୍ତରୁ ଆସିଥିବା ଅଞ୍ଚଳବାସୀ ନଖାଇ କାର୍ଯ୍ୟକ୍ରମକୁ ଛାଡି ଘରକୁ ଫେରିଯାଇଥିଲେ। ଉପସ୍ଥିତ ଜନସାଧାରଣ ଉତ୍ତେଜିତ ହେବାର ଦେଖ୍ ଘଟଣାକୁ ଶାନ୍ତ କରିବା ପାଇଁ ମୋତେ ହସ୍ତକ୍ଷେପ କରିବାକୁ ପଡିଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି। ସରପଞ୍ଚ ଭାବରେ ମୁଁ ସମସ୍ତ ବ୍ୟବସ୍ଥା କରିଥିଲି କିନ୍ତୁ ନିରଞ୍ଜନ ହାଲଦାରଙ୍କ ଦ୍ବାରା କରାଯାଇଥିବା ବିଶୃଙ୍ଖଳା ଦ୍ବାରା ସମସ୍ତ ପଞ୍ଚାୟତବାସୀ ଅପମାନିତ ହୋଇଛନ୍ତି। ମୋର ଜୀବନ ପ୍ରତି ବିପଦ ଥିବାରୁ ମୋତେ ସୁରକ୍ଷା ଦିଆଯାଉ ବୋଲି ଏତଲାରେ ଦର୍ଶାଇଛନ୍ତି।

Leave A Reply

Your email address will not be published.