ଡାକ୍ତର ଶୈଳେଶ କୁମାର ଭୁବନେଶ୍ୱର ଏମ୍‌ସର ନୂଆ ଅଧ୍ୟକ୍ଷ

ଡାକ୍ତର ଶୈଳେଶ କୁମାରଙ୍କୁ ଭୁବନେଶ୍ୱର ଏମ୍‌ସର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।

ଭୁବନେଶ୍ଵର: ଭୁବନେଶ୍ଵର ଏମ୍‌ସର ଅଧ୍ୟକ୍ଷ ପଦରୁ ହଟିଲେ ଡାକ୍ତର ଏ କେ ବିଷୋୟୀ। ଡାକ୍ତର ଶୈଳେଶ କୁମାରଙ୍କୁ ଭୁବନେଶ୍ୱର ଏମ୍‌ସର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଏନେଇ ଆଜି ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶାନାମା ।

ଡାକ୍ତର ଶୈଳେଶ କୁମାର ଏବେ ରାମ ମନୋହର ଲୋହିଆ ହସ୍ପିଟାଲର ସର୍ଜରୀ ବିଭାଗର ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି। ତା’ସହିତ ସେ ଭୁବନେଶ୍ଵର ଏମ୍‌ସ ଗଭର୍ଣିଂ ବଡିର ବରିଷ୍ଠ ସଦସ୍ୟ ମଧ୍ୟ ଅଛନ୍ତି।

Leave A Reply

Your email address will not be published.