ନବୀନଙ୍କ ବ୍ୟାଗରେ ମୋଦୀଙ୍କ ଚାଉଳକୁ ବିରୋଧ କରି ବିଭିନ୍ନ ବ୍ଲକରେ ବିଜେପି ପକ୍ଷରୁ ବ୍ୟାଗ ପୋଡି ବିକ୍ଷୋଭ

ମାଲକାନଗିରି ତା. ୧୩.୦୨.୨୦୨୪: କେନ୍ଦ୍ର ସରକାର ପ୍ରତ୍ୟେକ ଗରିବ ହିତାଧିକାରୀ ମାନଙ୍କୁ ୫ କେଜି ଚାଉଳ ବଂଟନ କରୁଥିବା ବେଳେ ରାଜ୍ୟ ସରକାର ନବୀନ ପଟ୍ଟନାୟକଙ୍କ ଛବି ଥିବା ବ୍ୟାଗରେ କେନ୍ଦ୍ର ସରକାରଙ୍କ ଚାଉଳ ଭର୍ତି କରି ନିଜେ ଚାଉଳ ଓ ବ୍ୟାଗ ଦେଉଛନ୍ତି ବୋଲି ପ୍ରଚାର କରୁଥିବାକୁ ବିରୋଧ କରି ଆଜି ମାଲକାନଗିରି ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ବିଜେପି ତରଫରୁ ଖାଲି ବ୍ୟାଗ ଗୁଡିକୁ ନିଆଁ ଲଗାଇ ପୋଡି ଦିଆ ଯାଇଛିା ଜିଲ୍ଲା ସଭାପତି ନିମାଇ ପାଲଙ୍କ ନେତୃତ୍ୱରେ କର୍ମୀି ମାନେ ମାଲକାନଗିରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାଗ ଗୁଡିକୁ ନିଆଁ ଲଗାଇ ବିଜେଡି ସରକାରଙ୍କ ବିରୁଦ୍ଧରେ ନାରାବାଜୀ କରୁଥିବା ଦେଖିବାକୁ ମିଳିଥିଲା। ଅନୁରୂପ ଭାବରେ ଚିତ୍ରକୋଣ୍ଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ବିଜେପି ଦଳ ପକ୍ଷରୁ ବ୍ୟାଗ ପୋଡି ବିକ୍ଷୋଭ ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଛିା

Leave A Reply

Your email address will not be published.