ବୁଧବାର ଲୋକାର୍ପିତ ହେବ ସମ୍ ହସ୍ପିଟାଲ୍ ଶିତଳାପଲ୍ଲୀ କ୍ୟାମ୍ପସ

ଦୀର୍ଘ ୧୯ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଜନସାଧାରଣଙ୍କୁ ଅବିରତ ଓ ଉତ୍ସର୍ଗୀକୃତ ଭାବେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଆସୁଥିବା ଶିକ୍ଷା ଓ ଅନୁସନ୍ଧାନ ଏବେ ଦକ୍ଷିଣ ଓଡ଼ିଶାରେ ଉତମ ତଥା ଅତ୍ୟାଧୁନିକ ସେବା ପ୍ରଦାନ କରିବା ଲକ୍ଷ୍ୟରେ ବ୍ରହ୍ମପୁର ନିକଟ ଶିତଳାପଲ୍ଲୀ ଠାରେ ସମ୍ ହସ୍ପିଟାଲ୍‌ର ତୃତୀୟ କ୍ୟାମ୍ପସ ଆରମ୍ଭ କରିବାକୁ ଯାଉଛି ।

ସମ୍ ହସ୍ପିଟାଲ୍‌ର ଏହି ମଲ୍ଟି ସୁପର ସ୍ପେଶିଆଲିଟି ହସ୍ପିଟାଲ୍‌କୁ ବୁଧବାର, ଫେବୃଆରୀ ୧୪ ତାରିଖ ବସନ୍ତ ପଂଚମୀ ଦିନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ ।

ଓଡ଼ିଶା ସମେତ ପୂର୍ବାଂଚଳ ରାଜ୍ୟଗୁଡ଼ିକ ନିମନ୍ତେ ଏକ ନିର୍ଭରଯୋଗ୍ୟ ଓ ଲୋକପ୍ରିୟ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଭାବେ ଉଭା ହୋଇଥିବା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ୨୦୦୫ ମସିହାରେ ରାଜ୍ୟବାସୀଙ୍କୁ ଉତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାର ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିଲା । ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ୨୦୨୩ ମସିହାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମୱାର୍କ (ଏନ୍‌ଆଇଆରଏଫ୍‌)ର ର‌୍ୟାଙ୍କିଙ୍ଗ୍‌ରେ ଦେଶର ୧୬ ତମ ଶ୍ରେଷ୍ଠ ମେଡିକାଲ୍ କଲେଜ ଭାବେ ସ୍ଥାନୀତ ହୋଇଛି ।

ଗତ ଜାନୁଆରୀ ମାସ ୨୧ ତାରିଖରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଦ୍ୱିତୀୟ କ୍ୟାମ୍ପସ୍ ଫୁଲନଖରା ଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା ।

ଭୁବନେଶ୍ୱର ଓ କଟକ ମଧ୍ୟବର୍ତୀ ଜାତୀୟ ରାଜପଥ – ୧୬ ନିକଟରେ ଆରମ୍ଭ ହୋଇଥିବା ଏହି ନୂତନ ହସ୍ପିଟାଲ୍‌ରେ ରୋଗୀମାନଙ୍କୁ ଉତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଓ ଅଗ୍ରଣୀ ବୈଷୟିକ ଜ୍ଞାନ କୌଶଳ ସମ୍ପନ୍ନ ବ୍ୟବସ୍ଥା ରହିଛି ।

ଶିତଳାପଲ୍ଲୀ ଠାରେ ଆରମ୍ଭ ହେବାକୁ ଯାଉଥିôବା ନୂତନ ହସ୍ପିଟାଲ୍‌ରେ ୨୦୦ ଶଯ୍ୟାର ସୁବିଧା ରହିଥିବା ବେଳେ ଆଗାମୀ ଦିନରେ ଏହାର ସଂଖ୍ୟା ବୃଦ୍ଧି ପାଇ ୫୦୦ ହେବ ।

ଏହି ଡାକ୍ତରଖାନାରେ ସୁଲଭ ମୂଲ୍ୟରେ ସମସ୍ତ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ସୁବିଧା ଉପଲବ୍ଧ ହେବା ସହ ୨୪ ଘଂଟା ରୋଗୀ ସେବା ପ୍ରଦାନ କରାଯିବ । ସୋଆ ପକ୍ଷରୁ ଭୁବନେଶ୍ୱରରେ ୨୦୨୦ ମସିହାରେ ଏକ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ମଲ୍ଟି ସୁପର ସ୍ପେଶିଆଲିଟି କ୍ୱାଟରନେରି କେୟାର ହସ୍ପିଟାଲ୍ ସମ୍ ଅଲ୍ଟିମେଟ ମେଡିକେୟାର ମଧ୍ୟ ଆରମ୍ଭ କରାଯାଇଛି । ସୋଆର ଏହି ୪ ଟି ହସ୍ପିଟାଲ୍ ଲୋକମାନଙ୍କୁ ଉତମ ମାନର ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ନିମନ୍ତେ ପରସ୍ପରର ସହଯୋଗ କରିବେ । ଏହି ୪ଟି ହସ୍ପିଟାଲ୍‌ରେ ରାଜ୍ୟ ସରକାରଙ୍କ ଦ୍ୱରା ପ୍ରଚଳିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ସୁବିଧା ଉପଲବ୍ଧ ।

୨୦୨୦ ମସିହାରେ କୋଭିଡ୍‌-୧୯ ମହାମାରୀର କରାଳ ଛାୟା ସାରା ବିଶ୍ୱର ଜନଜୀବନକୁ କବଳିତ କରିଥିବା ବେଳେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଅବିରତ ଓ ଉତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଥିଲା । ସମ୍ କୋଭିଡ ହସ୍ପିଟାଲ୍ ଗୁଡ଼ିକ ଯୋଗୁଁ ହିଁ ଓଡି଼ଶାରେ କରୋନା ମୃତ୍ୟୁ ହାର କମ୍ ରହିଥିଲା ।

୨୦୨୩ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗରେ ବିଶ୍ୱବିଦ୍ୟାଳୟ କ୍ୟାଟେଗୋରିରେ ଦେଶରେ ଶ୍ରେଷ୍ଠ ୧୫ତମ ବିଶ୍ୱ ବିଦ୍ୟାଳୟର ମାନ୍ୟତା ପାଇଛି ।

Leave A Reply

Your email address will not be published.