ଏକ ଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ଗିରଫ

ମାଲକାନଗିରି: ମାଲକାନଗିରି ଏକ ଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶିକ୍ଷକ ବିଭୁତି ଭୂଷଣ ପଣ୍ଡାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ହୋଇଥିଲା ।ଅଭିଯୋଗକୁ ଭିତ୍ତି କରି ଜୈନିକ ଛାତ୍ରୀଙ୍କ ପିତା ଥାନାରେ ଏତଲା ଦେଇଥିଲେ । ପୋଲିସ ଘଟଣାକୁ ତଦନ୍ତ କରି ଆଜି ଶିକ୍ଷକ ବିଭୁତି ଭୂଷଣ ପଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ ହୋଇଥିବାର ପୋଲିସ ପ୍ରକାଶ କରିଛି। ପୂର୍ବରୁ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀମାନେ ଶିକ୍ଷକ ବିଭୁତି ଭୁଷଣ ପଣ୍ଡା ଛାତ୍ରୀଙ୍କୁ ଅସଦାଚରଣ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜଣାଇଥିଲେ।ଆବାସିକ ପରିସରରେ ଉତ୍ତେଜନା ପୁର୍ଣ୍ଣ ଦେଖାଦେଇଥିଲା। ଅଭିଯୁକ୍ତ ଶିକ୍ଷକଙ୍କୁ ତୁରନ୍ତ ବହିସ୍କାର ପାଇଁ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜଣାଇ ବିଦ୍ୟାଳୟ ସମ୍ମୁଖରେ ବସି ରହିଥିଲେ। ଛାତ୍ର ଛାତ୍ରୀଙ୍କ ଅଭିଯୋଗ ହେଲା ଗତ ଡିସେମ୍ବର ମାସରେ ଅଲ୍ ଇଣ୍ଡିଆ ଇ ଏମ୍ ଆର୍ ଏସ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ମଧ୍ୟରେ କର୍ଣ୍ଣାଟକରେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଟିତ ହେବାର ଥିଲା ସେଥିପାଇଁ ମାଲକାନଗିରି ଏକ ଲବ୍ୟ ଆବାସିକ ବିଦ୍ୟାଳୟର କବାଡି ଓ ଖୋକ ଖେଳ ପାଇଁ ଅଂଶଗ୍ରହଣ କରିବା ପାଇଁ ଏହି ବିଦ୍ୟାଳୟର ୪ ଜଣ ଛାତ୍ରୀ ଓ ଜଣେ ଛାତ୍ର ଖେଳ ପ୍ରାକ୍ ଟିସ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିଥିଲେ। ଏହି ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ବିଭୁତି ଭୂଷଣ ପଣ୍ଡା ସାଙ୍ଗରେ ଦାୟିତ୍ଵରେ ରହିଥିଲେ ।ସେଠାରେ କିଛି ଦିନ ଖେଳ ପାଇଁ ପ୍ରାକ୍ ଟିଷ ଚାଲିଥିଲା କୌଣସି କାରଣରୁ କର୍ଣ୍ଣାଟକରେ ହେବାକୁ କ୍ରୀଡା ପ୍ରତିଯୋଗିତା ବନ୍ଦ ହୋଇଗଲା ।ଦାୟିତ୍ଵରେ ଥିବା ଶିକ୍ଷକ ବିଭୁତି ଭୁଷଣ ପିଲାଙ୍କୁ ନେଇ ଟ୍ରେନରେ ଫେରୁଥିଲେ । ଟ୍ରେନ ଭିତରେ ଅସଦାଚରଣ ହୋଇଥିବାର ଅଭିଯୋଗ ହୋଇଥିଲା ।

Leave A Reply

Your email address will not be published.