କାମାକ୍ଷାନଗରର ସାଇଜ୍ୟୋତି ମହାମହିମ ରାଜ୍ୟପାଳଙ୍କ ଠାରୁ ଗ୍ରହଣ କଲେ ସ୍ଵର୍ଣ ପଦକ

ରାଉରକେଲା: ରାଉରକେଲା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଦଶମ ସମାବର୍ତ୍ତନ ଉତ୍ସବରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନ ଏ ସି ଅନ୍ତର୍ଗତ ନୂଆ ଆଳତୁମାର ଫର୍ମାସି ଛାତ୍ର ସାଇଜ୍ୟୋତି ସାହୁ ଓଡ଼ିଶାର ମହାମହିମ ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ଶ୍ରୀ ରଘୁବର ଦାଶ ଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ସାଲେପୁର ସ୍ଥିତ ଆଇ ପି ଟି ମହାବିଦ୍ୟାଳୟରେ ଅଧ୍ୟୟନ କରି ୨୦୨୨-୨୩ ଶିକ୍ଷା ବର୍ଷ ପାଇଁ ଏମ୍ ଫାର୍ମରେ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ତାଙ୍କୁ ରାଜ୍ୟପାଳ ସ୍ଵର୍ଣ ପଦକ ପ୍ରଦାନ କରିଛନ୍ତି । ଏହି ଉତ୍ସବରେ ଗ୍ରାମ୍ୟ ଉନ୍ନୟନ, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ସୁଚନା ଯୋଗ୍ୟ ସାଇଜ୍ୟୋତି ସ୍ଥାନୀୟ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରୁ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ପରେ ନିଜର ଉଚ୍ଚ ଶିକ୍ଷା ଆରମ୍ଭ କରିଥିଲେ । ଏହି ଉଚ୍ଚ ବିଦ୍ୟାଳୟରେ ତାଙ୍କ ବାପା ନିରଞ୍ଜନ ସାହୁ ବର୍ତ୍ତମାନ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟ ରତ ଓ ମା ଗୌରୀ ସାହୁ ସୁ ଗୃହିଣୀ ଅଟନ୍ତି । ଏଥି ପୂର୍ବରୁ ବି ଫାର୍ମ ଦ୍ଵିତୀୟ ବର୍ଷ ରେ ବିଶ୍ୱବିଦ୍ୟାଳୟ ଟପ୍ପର ଓ ଏମ୍ ଫାର୍ମ ଶେଷ ବର୍ଷରେ ମହାବିଦ୍ୟାଳୟ ଟପ୍ପର ହୋଇ ସମ୍ବର୍ଦ୍ଧିତ ହୋଇଥିଲେ । ଉକ୍ତ ସଫଳତା ପାଇଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ, ଇ ଟେକ ମାଧ୍ୟମିକ ଆବାସିକ ବିଦ୍ୟାଳୟ ଚେୟାରମ୍ୟାନ ଡ଼ଃ ସୁରେଶ ପ୍ରସାଦ ମିଶ୍ର ସାଲେପୁର ସ୍ଥିତ ଆଇ ପି ଟି ର ପୂର୍ବତନ ଅଧ୍ୟକ୍ଷ ତଥା ବିଶ୍ୱବିଦ୍ୟାଳୟର ଡିନ ଡ଼ଃ ସନ୍ତୋଷ ମହାପାତ୍ର, ବିଭାଗ ମୁଖ୍ୟ ଅଧ୍ୟାପକ ଡ଼ଃ ବିଶ୍ୱରଞ୍ଜନ ମହାନ୍ତିଙ୍କ ଅବଦାନ ଅତୁଳନୀୟ ବୋଲି ସାଇଜ୍ୟୋତି ପ୍ରକାଶ କରି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କୃତଜ୍ଞତା ଜାଣଇଛନ୍ତି ।

Leave A Reply

Your email address will not be published.