ଚିତ୍ରକୋଣ୍ଡା ରାଧାକୃଷ୍ଣ ମନ୍ଦିରର ବାର୍ଷିକ ଉତ୍ସବ ଅବସରରେ ଚାରି ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ଚିତ୍ରକୋଣ୍ଡା: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ସ୍ଥାନୀୟ ଚିତ୍ରକୋଣ୍ଡା ଶ୍ରୀହରି କଲୋନୀ ସ୍ଥିତ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ପରିସରରେ ମନ୍ଦିର ପରିଚାଳନା କମିଟି ଉଦ୍ୟମରେ ଚଳିତ ବର୍ଷ ବାର୍ଷିକ ଉତ୍ସବ ଅବସରରେ କାର୍ଯ୍ୟକ୍ରମ ଚାରି ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ଗଲା ମଙ୍ଗଳ ବାର ଅପରାହ୍ନରେ ରାଧାକୃଷ୍ଣ ମନ୍ଦିର କମିଟି ଆନୁକୂଲ୍ୟରେ ମନ୍ଦିର ନିର୍ମାଣ କମିଟିର ପୂର୍ଵ ଯୋଜନା ମୁତାବକ ପୂଜାଵିଧି ସହ ଏକ ବିଶାଳ କଳସ ଶୋଭାଯାତ୍ରା ସିଲେରୁ ନଦୀ ଦୋରାଗୁଡା ତୋଠ ଠାରୁ ପାଣି ଉଠାଯାଇ ବାଦ୍ୟ ଯନ୍ତ୍ର ତାଳେ ତାଳେ ମନ୍ଦିର ପର୍ଯ୍ୟନ୍ତ ଅଣାଯାଇଥିଲା, ପାରମ୍ପରିକ ପୂଜାର୍ଚ୍ଚନା ସହ ନାମ ଯଜ୍ଞ ଆରମ୍ଭ କରାଯାଇଥିଲା, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ ରାମ ରାମ ହରେ ହରେ ନାମ ସଂକୀର୍ତ୍ତନ, ହରିବୋଲ, ହୁଳହୁଳି ଶବ୍ଦରେ କମ୍ପି ଉଠିଥିଲା ଚିତ୍ରକୋଣ୍ଡା ଅଞ୍ଚଳ l ଦୁଇ ଦିନ ଧରି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଜାରି ରହିଥିଲା l ନାମ ସଂକୀର୍ତ୍ତନ ମଙ୍ଗଳବାର ଅପରାହ୍ନ ଠାରୁ ବୁଧବାର ଦିନ ଅପରାହ୍ନ ପର୍ଯ୍ୟନ୍ତ ଦିନ ରାତି ତମାମ ଲାଗି ରହିଥିଲା l ବୁଧବାର ଅପରାହ୍ନରେ ଉଜଯାପନ କରାଗଲା l ଚିତ୍ରକୋଣ୍ଡାର ୩୦୦୦ରୁ ଉର୍ଦ୍ଧ ଭକ୍ତ ଆସି ରାଧାକୃଷ୍ଣଙ୍କୁ ଦର୍ଶନ କରିବା ସହ ସଂକୀର୍ତ୍ତନରେ ଅଂଶ ଗ୍ରହଣ କରି ଆନନ୍ଦ ମନାଇ ପ୍ରସାଦ ସେବନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ଭୋଳାନାଥ ମଲିକ, ଅଜୟ ଶିଖଦାର, ଉତ୍ତମ ରାୟ, ସୋନୁ ଖିଲ, ରସା ବେପାରୀ, ଅଜୟ ଶିକଦାର, ରବି ରଥ, ଶିଶିର ବରମନ, ସୁକୁମାର ସରକାର ପ୍ରମୁଖ ପରିଚାଳନା କରିଥିଲେ l

Leave A Reply

Your email address will not be published.