ଗ୍ରାମାଞ୍ଚଳର ଭିତ୍ତିଭୂମିର ବିକାଶକୁ ନେଇ ସଚେତନତା ଶିବିର ଅନୁଷ୍ଠିତ

ମାଲକାନଗିରି: ମାଲକାନଗିରି ବ୍ଲକ ତରଫରୁ ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ସଚେତନତା ଶିବିର କାର୍ଯ୍ୟକ୍ରମ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝଡ଼ିଆଙ୍କ ଅଧ୍ୟକ୍ଷତାରେ ଆଜି ସିନ୍ଦ୍ରିମାଳ ଗ୍ରାମ ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ । ସର୍ବ ପ୍ରଥମେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଠାରେ ପୁଷ୍ପ ଓ ଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରାଗଲା । ଆମ ଓଡ଼ିଶା ନବୀନ ଓଡିଶା ସଚେତନତା ଶିବିର କାର୍ଯ୍ୟକ୍ରମ ରେ ବିଡ଼ିଓ ସୁଶ୍ରୀ ପ୍ରଭାତୀ ଝଡ଼ିଆ ସିନ୍ଦ୍ରିମାଳ ଗ୍ରାମ ପଞ୍ଚାୟତରେ ହୋଇଥିବା ବିକାଶର ଏକ ଝଲକ ଉପରେ ଆଲୋକପାତ କରି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ୧୩ଟି ପ୍ରକଳ୍ପ ପାଇଁ ୫୦ ଲକ୍ଷ ଟଙ୍କା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ୨୧୧୭ ପରିବାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ । ୫୨ ହିତାଧୁକାରୀ ଉପକୃତ, ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନା ୧ଟି ପ୍ରକଳ୍ପ ପାଇଁ ୧୦ ଲକ୍ଷ ଟଙ୍କା, କାଳିଆ ଯୋଜନା ୧୦୫୪ ପରିବାର କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ, ସାମାଜିକ ସୁରକ୍ଷା ଭତ୍ତା ୪୬୬ ହିତାଧୁକାରୀଙ୍କୁ ଭତ୍ତା, ମିଶନ ଶକ୍ତି ୫୧ଟି ମିଶନ ଶକ୍ତି ଶକ୍ତି ଗୋଷ୍ଠୀଙ୍କୁ ଟ ୧୭୮.୫ଲକ୍ଷ ଟଙ୍କାର ବିନା ସୁଧରେ ଋଣ , ରେସନ୍ କାର୍ଡ଼ ୨୧୧୭ ପରିବାରଙ୍କୁ ରେସନ୍ କାର୍ଡ଼, ମମତା ଯୋଜନା ଗର୍ଭବତୀ ମହିଳାଙ୍କୁ ମମତା ସହାୟତା, ପଞ୍ଚାୟତରେ ଆମ ବ୍ୟାଙ୍କ ଆମ ବ୍ୟାଙ୍କ ଦ୍ବାରା ଆର୍ଥିକ ଅନ୍ତର୍ଭୁକ୍ତିକରଣ ସହ
ଲକ୍ଷ୍ମୀ ଯୋଜନା ପଞ୍ଚାୟତରେ ୧୨.୧୦.୨୦୨୩ରୁ ବସ୍ ସେବା ଭଳି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଉପରେ ଆଲୋକପାତ କରିଛନ୍ତି । ଆଜିର କାର୍ଯ୍ୟକ୍ରମରେ ସିନ୍ଦ୍ରିମାଳ ସରପଞ୍ଚ ଘାସି ନାୟକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଗୋୖରୀ ପଡ଼ିଆମୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟା କୁନି ଭୂମିଆ, ବରିଷ୍ଠ ବିଜେଡି ନେତା ତଥା ଜିଲ୍ଲା ଆଇନଜୀବୀ ସାମ୍ମୁଖ୍ୟ ସଭାପତି ଗୋପାଳ କୃଷ ପଣ୍ଡା, ଜିଲ୍ଲା ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଦୁର୍ଯ୍ୟଧନ ପାତ୍ର ଯୋଗ ଦେଇ ନବୀନ ସରକାରଙ୍କ ବିକାଶର ବାର୍ତ୍ତା ଜନସାଧାରଣ ବୁଝାଇଥିବା ବେଳେ ଅନ୍ୟତମ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ନାୟକ, ପୂର୍ବତନ ସରପଞ୍ଚ ସମାରୀ ମାଡକାମୀ, ବ୍ଲକ ସଭାପତି ହେମନ୍ତ ପଟ୍ଟନାୟକ, ଜିଲ୍ଲା ବିଜେଡି ମିଡିଆ ସଂଯୋଜକ ସଦାନନ୍ଦ ଖରା, ରାଜ୍ୟ ଯୁବ ସମ୍ପାଦକ ରବି ରାଜେଶ, ଜିଲ୍ଲା ଯୁବ ଉପ ସଭାପତି କଣ୍ଟେସ ପୋଟଲା, ବିଜେଡି ଜୋନ୍ ସଂଯୋଜକ ଗୋପୀ ପାଙ୍ଗି, ସମସ୍ତ ସରପଞ୍ଚ, ସମସ୍ତ ସମିତି ସଭ୍ୟା, ସଭ୍ୟ, ସିନ୍ଦ୍ରିମାଲ ଗ୍ରାମ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟା, ସଭ୍ୟ, ସିନ୍ଦ୍ରିମାଲ ଗ୍ରାମ ପଞ୍ଚାୟତ ର ସମସ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀ ଏବଂ ଶିକ୍ଷକ, ଶିକ୍ଷୟତ୍ରୀ, ମାଲକାନଗିରି ବ୍ଲକର ସମସ୍ତ ବିଭାଗର ସରକାରୀ ପଦାଧିକାରୀ ,ସମସ୍ତ ପିଇଓ ପ୍ରମୁଖଙ୍କ ସହ ଏକ ହଜାରରୁ ଉର୍ଦ୍ଧ୍ବ ଜନ ସାଧାରଣ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଅଙ୍ଗନବାଡି ଦିଦି, ଆଶା କର୍ମୀ, ବିଦ୍ୟାଳୟର ଭଲ ଶିକ୍ଷକ ଏବଂ ମିଶନ୍ ଶକ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ପୁରସ୍କୃତ କରିବା ସହ ମାନ ପତ୍ର ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଆଜିର ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ସହ ସଠିକ ଭାବେ ପରିଚାଳନା କରିଛନ୍ତି ସିନ୍ଦ୍ରିମାଲ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ମହାନ୍ତି ।

Leave A Reply

Your email address will not be published.