ସହୀଦ୍ ନରସିଂ ଡମ୍ ସମାଜ ତରଫରୁ ଆଦିବାସୀ ମାନ୍ୟତା ନିମନ୍ତେ ଜନ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି, ୧୯/୦୨/୨୪: ମାଲକାନଗିରି ଜିଲ୍ଲା ସହୀଦ୍ ନରସିଂ ଡମ୍ ସମାଜ ତରଫରୁ ଆଦିବାସୀ ମାନ୍ୟତା ନିମନ୍ତେ ଜନ ସମାବେଶ କାର୍ଯ୍ୟକ୍ରମ ଜିଲ୍ଲା ଡମ୍ ସମାଜ ସଭାପତି ଶ୍ରୀ ବଳରାମ ଅନୁଗୁଳିଆଙ୍କ ସଭାପତିତ୍ୱରେ ଆଜି ବାଲିମେଳା ଯାତ୍ରା ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମାବେଶରେ ମାଲକାନଗିରି ଜିଲ୍ଲାରେ ବସବାସ କରୁଥିବା ମାଲକାନଗିରି ଜିଲ୍ଲାର ସମସ୍ତ କୋଣ ଅନୁକୋଣରୁ ଆସିଥିବା ସହୀଦ୍ ନରସିଂ ଡମ୍ ସମାଜର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଉକ୍ତ ସଭାରେ କୋରାପୁଟ ଜିଲ୍ଲା ଡଙ୍ଗରିଆ ଡମ୍ ସମାଜର ଜିଲ୍ଲା ସଭାପତି ଶ୍ରୀ ଜଗନ୍ନାଥ ପାଙ୍ଗି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଡମ୍ ମାନଙ୍କ ଇତିହାସ ଉପରେ ଆଲୋକପାତ କରିଥିଲେ । ବାଲିମେଳା ଏନ୍ .ଏ. ସିର ବରିଷ୍ଠ ବୁଦ୍ଧିଜୀବୀ ତଥା ସହୀଦ୍ ନରସିଂ ଡମ୍ ସମାଜର ଉପଦେଷ୍ଟା ଶ୍ରୀ ରାଜେନ୍ଦ୍ର କୂଳଦୀପ ଉପସ୍ଥିତ ରହି ଡମ୍ ମାନଙ୍କୁ ଆଦିବାସୀ ମାନ୍ୟତା ସମ୍ୱନ୍ଧରେ ଉପସ୍ଥାପନ କରିଥିଲେ ଏବଂ ତତ୍ ସଙ୍ଗେ ସଙ୍ଗେ ବରିଷ୍ଠ ସାମ୍ବାଦିକ ତଥା ନରସିଂ ଡମ୍ ସମାଜର ବରିଷ୍ଠ କାର୍ଯ୍ୟକର୍ତ୍ତା ଶ୍ରୀ ସନ୍ତୋଷ ନାଗ ୧୯୪୫ ମସିହା ଗେଜେଟ୍ ଅନୁଯାଇ ପ୍ରକୃତରେ ଆମ୍ଭେ ମୂଳ ଆଦିବାସୀ ବୋଲି ଉଲ୍ଲେଖ ଥିବା ସମସ୍ତ ନଥି ପତ୍ର ଉପସ୍ଥାପନ କରିଥିଲେ । ପୁଣି ୨୦୧୭ ମସିହାରେ ରାଷ୍ଟ୍ରପତିଙ୍କ ଦ୍ଵାରା ନିର୍ଦ୍ଦେଶ କ୍ରମେ ୧୩ ଜଣ ଭାରତୀୟ ବିଭିନ ବର୍ଗର ପ୍ରଶାସକଙ୍କ ଦ୍ଵାରା ପୁଙ୍ଖାନୁପୁଙ୍ଖ ତଦନ୍ତ କରି ୫ଗୋଟି ଉପାଦାନ ଥିବା ବ୍ୟକ୍ତି ବିଶେଷଙ୍କୁ ମୂଳ ଆଦିବାସୀ ମାନ୍ୟତା ପ୍ରଦାନ କରିବା ପାଇଁ ଲକୁର କମିସନ୍ (୧୯୬୫)କୁ୨ ଅନୁଶରଣ କରିମୂଳ ଆଦିବାସୀ ନିର୍ମାଣ କରିଥିବା ସମସ୍ତ ସରକାରୀ ଦସ୍ତାବିତ, ଏହାକୁ ସମର୍ଥନ କରି ଉପସ୍ଥିତ ଥିବା ସମସ୍ତ କାର୍ଯ୍ୟକର୍ତ୍ତା ମୂଳ ଆଦିବାସୀ ମାନ୍ୟତା ପାଇବା ପାଇଁ ସହମତି ପ୍ରକାଶ ପାଇଥିଲେ । ଆଜିର ଡମ୍ ସମାଜର କାର୍ଯ୍ୟକ୍ରମରେ ଦୁଇ ହଜାର ଉର୍ଦ୍ଧ୍ବ ଡମ୍ ସମାଜର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.