ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଙ୍ଘର ସମୂହ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ଚିତ୍ରକୋଣ୍ଡା:-୧୯/୦୨/୨୦୨୪: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ତହସିଲ ଆଗରେ ଧାରଣାରେ ବସିଲେ RS, RI, ARI ସହ ସମସ୍ତ କର୍ମଚାରୀ। ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଙ୍ଘ ତରଫରୁ ରାଜ୍ୟ ବ୍ୟାପି କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିଥିବା ବେଳେ ଚିତ୍ରକୋଣ୍ଡା ଠାରେ ମଧ୍ୟ ୬ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇ ଆସିଛନ୍ତି ସଂଘର ସମସ୍ତ ସଦସ୍ୟ। ମୁଖ୍ୟ ଦାବୀ ଗୁଡ଼ିକ ମଧ୍ୟରୁ ODRS ନିୟମ, ୧୯୮୩ କୁ ସଂଶୋଧନ କରାଯାଇ ନୂତନ କ୍ୟାଡର ଗଠନ, ବେତନ ସଂରଚନା କରାଯାଇ ରାଜସ୍ୱ ନିରୀକ୍ଷକକୁ ପଦୋନ୍ନିତ ପୋଷ୍ଟ କରାଯାଉ। ତା୦୧.୦୧.୨୦୦୬ ରିଖ ଠାରୁ RI, ARI ଏବଂ RS ବେତନ ବର୍ଦ୍ଧିତ ସ୍କେଲରେ ଧାର୍ଯ୍ୟ। RDM-DRC-ADMN-D014-2019-8526 / R & DM 19-02-2000 ଅନୁଯାୟୀ ଆଉଟସୋର୍ସିଙ୍ଗ ମାଧ୍ୟମରେ ରାଜସ୍ୱ ନିରୀକ୍ଷକ ମଣ୍ଡଳ ପାଇଁ ଗ୍ରୁପ ଡି ପୋଷ୍ଟ ଗୁଡିକ ପୂରଣ କରାଯାଉ। ୬ ଦଫା ଦାବୀ ପୂରଣ ହେବା ଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୂହ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ତରଫରୁ ସୂଚନା ମିଳିଛି।

Leave A Reply

Your email address will not be published.