ଗୌଡ଼ଗୁଡା ଗ୍ରାମ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି: ମାଲକାନଗିରି ବ୍ଲକ ତରଫରୁ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା ଶିବିର କାର୍ଯ୍ୟକ୍ରମ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝଡ଼ିଆଙ୍କ ଅଧ୍ୟକ୍ଷତାରେ ଆଜି ଗୌଡଗୁଡା ଗ୍ରାମ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କୁ ପୁଷ୍ପ ଓ ଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମକୁ ଶୁଭ ଆରମ୍ଭ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଡ଼ିଓ ସୁଶ୍ରୀ ଝଡ଼ିଆ ଗୌଡଗୁଡା ଗ୍ରାମ ପଞ୍ଚାୟତରେ ହୋଇଥିବା ବିକାଶର ଏକ ଝଲକ ଉପରେ ଆଲୋକପାତ କରି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ବିଭିନ୍ନ ପ୍ରକଳ୍ପ ପାଇଁ ୫୦ ଲକ୍ଷ ଟଙ୍କା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତ ପରିବାରକୁ ଅନ୍ତର୍ଭୁକ୍ତ କରାଯିବ, କାଳିଆ ଯୋଜନା, ସାମାଜିକ ସୁରକ୍ଷା ଭତ୍ତା, ମିଶନ ଶକ୍ତି ଶକ୍ତି ଦ୍ଵାରା ମହିଳା ଗୋଷ୍ଠୀଙ୍କୁ ସଶକ୍ତିକରଣ, ବିନା ସୁଧରେ ଋଣ, ପରିବାରଙ୍କୁ ରେସନ୍ କାର୍ଡ଼, ମମତା ଯୋଜନା ଗର୍ଭବତୀ ମହିଳାଙ୍କୁ ମମତା ସହାୟତା, ପଞ୍ଚାୟତରେ ଆମ ବ୍ୟାଙ୍କ ଆମ ବ୍ୟାଙ୍କ ଦ୍ବାରା ଆର୍ଥିକ ଅନ୍ତର୍ଭୁକ୍ତିକରଣ ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଉପରେ ଆଲୋକପାତ କରଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ଗୌଡଗୁଡା ସରପଞ୍ଚ ପାଣ୍ଡରି ପଡିଆମୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଗୌରୀ ପଡ଼ିଆମୀ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟା କୁନି ଭୂମିଆ, ଜିଲ୍ଲା ଯୁବ ଉପ ସଭାପତି କଣ୍ଟେସ ପୋଟଲା, ବିଜେଡି ଜୋନ୍ ସଂଯୋଜକ ଗୋପୀ ପାଙ୍ଗି, ସରପଞ୍ଚ, ସମିତି ସଭ୍ୟା, ସଭ୍ୟ, ସମସ୍ତ ୱାର୍ଡ ସଭ୍ୟା, ସଭ୍ୟ, ବିଦ୍ୟାଳୟର ଛାତ୍ର ଛାତ୍ରୀ ଏବଂ ଶିକ୍ଷକ, ଶିକ୍ଷୟତ୍ରୀ,ମାଲକାନଗିରି ବ୍ଲକର ସମସ୍ତ ବିଭାଗର ସରକାରୀ ପଦାଧିକାରୀ,ସମସ୍ତ ପିଇଓ ପ୍ରମୁଖଙ୍କ ସହ ଏକ ହଜାରରୁ ଉର୍ଦ୍ଧ୍ବ ଜନ ସାଧାରଣ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ବିଦ୍ୟାଳୟର ଆଦର୍ଶ ଶିକ୍ଷକ ଏବଂ ମିଶନ୍ ଶକ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ଆଶା କର୍ମୀ ଯୁବ ଗୋଷ୍ଠୀ ଶ୍ରେଷ୍ଠ ଚାଷୀ ଓ ଉତ୍ତମ କାର୍ଯ୍ୟ କରିଥିବା କର୍ମଚାରୀଙ୍କୁଙ୍କୁ ପୁରସ୍କୃତ କରିବା ସହ ମାନ ପତ୍ର ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ୫-ଟି ସୟଂ ସହାୟକ ଗୋଷ୍ଠୀଙ୍କୁ ମହା ସଂଘ ତରଫରୁ ୧ ଲକ୍ଷ ଟଙ୍କା ଲେଖାଏ ରୁଣ ପ୍ରଦାନ କରଯାଇଥିଲା ।

Leave A Reply

Your email address will not be published.