ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଘରେ ଘରେ ଶଙ୍ଖ ଓ ପରିବାର ସମ୍ପର୍କ ଅଭିଯାନ: ୫୦ରୁ ଊର୍ଦ୍ଧ୍ଵ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ସାମିଲ

ମାଲକାନଗିରି, ୨୧।୨: ମାଲକାନଗିରି ଜ଼ିଲ୍ଲା କାଲିମେଳା ବ୍ଲକ ଗମ୍ଫାକୋଣ୍ଡା ଗ୍ରାମ ପଞ୍ଚାୟତ ଠାରେ ଆଜି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଘରେ ଘରେ ଶଙ୍ଖ ଓ ପରିବାର ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶା ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ ହିତକାରୀ କଲ୍ୟାଣ କାର୍ଯ୍ୟ ଗୁଡିକକୁ ସମ୍ମାନ ସହ ନୂଆ ଓଡ଼ିଶା ଗଠନରେ ଭାଗୀଦାର ହେବା ସହ ଲୋକଙ୍କ ପାଇଁ କାମ କରିବା ଲକ୍ଷ୍ୟ ନେଇ ଗମ୍ଫାକୋଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଏମପିଭି୨୬, ଏମପିଭି୨୫, ଏମପିଭି୨୭, ଏମପିଭି୨୪, ଏମଭି୬୬ ଓ ଏରାକୁଣ୍ଡା ଗ୍ରାମର ୫୦ରୁ ଊର୍ଦ୍ଧ୍ଵ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ଦଳର ସକ୍ରିୟ କର୍ମକର୍ତ୍ତା ଆଜି ଜ଼ିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମିଙ୍କ ନେତୃତ୍ଵରେ ବିଜୁ ଜନତା ଦଳରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି । ଏହି ଅବସରରେ ଦଳକୁ ଆହୁରି ଅଧିକ ସୁଦୃଢ କରିବା ସହ ଆଗାମୀ ନିର୍ବାଚନରେ ଦଳକୁ ସଫଳ କରିବା ପାଇଁ ଏକ ବୈଠକ କରି ରଣନୀତି ପ୍ରସ୍ତୁତ କରଯାଇଥିଲା । ଏହି ଅବସରରେ ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ଦଳୀୟ ନେତୃ ମଣ୍ଡଳୀ ବୁନା ରାଓ, ତପନ ସାନା, ଜିଲ୍ଲା ପରିଷଦ ଉପାଧକ୍ଷ ପତିତ ପାବନ ବୈଦ୍ୟ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.