ମାଲକାନଗିରି,୨୬।୨: ମାଲକାନଗିରି ଜିଲ୍ଲା ଏମଭି୧୭ ଗ୍ରାମ ସ୍ୱାମୀ ବିବେକାନନ୍ଦ ପ୍ରାଥମିକ ବିଦ୍ୟାଳୟରେ ଦ୍ୱିତୀୟ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଏମଭି୧୭ରେ ଥିବା ଏହି ବିଦ୍ୟାଳୟରେ ଆୟୋଜିତ ଦ୍ୱିତୀୟ ବାର୍ଷିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାଲକାନଗିରି ପୂର୍ବତନ ବିଧାୟକ ତଥା ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ସଭାପତି ମାନସ ମାଡକାମି ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ମାଲକାନଗିରି ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରଭାତୀ ଝଡ଼ିଆ, ବିଇଓ ବିରେନ୍ଦ୍ର କୁମାର କର, ସ୍ୱାମୀ ବିବେକାନନ୍ଦ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନରେଶ ସାମଲ ଓ ବିଦ୍ୟାଳୟର ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ସହ ବିଭିନ୍ନ ପ୍ରତିଯୋଗୀତରେ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରଯାଇଥିଲା । ଏହାସହ ଛାତ୍ର ଛାତ୍ରୀ ମାନେ ହେଉଛନ୍ତି ଦେଶର ଭବିଷ୍ୟତ, ତେଣୁ ସମସ୍ତେ ଉତ୍ତମ ଶିକ୍ଷା ଗ୍ରହଣ କରିବା ସହ ବିଭିନ୍ନ କ୍ଷେତ୍ରରେ ମଧ୍ୟ ନିଜର ମନ ନିବେଶ କରି ଆଗକୁ ବଢିବା ପାଇଁ ଉପସ୍ଥିତ ଅତିଥି ମାନେ ମତ ରଖିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post