ଗରଗାଲିରେ ୧୭ତମ ଅଷ୍ଟପ୍ରହରୀ ଉଦଯାପିତ
ବଡଚଣା: ବଡଚଣା ବ୍ଲକ କୁନ୍ଦଳ ପଞ୍ଚାୟତର ଗରଗାଲି ଗ୍ରାମରେ ଚଳିତ ବର୍ଷ ୧୭ତମ ଅଷ୍ଟପ୍ରହରୀ ନାମଯଜ୍ଞ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ପ୍ରକାଶ ଯେ, ପ୍ରତିବର୍ଷ ଭଳି ଏ ବର୍ଷ ଗ୍ରାମରେ ମେଳା ବଟ ଠାରେ ଚଳିତ ବର୍ଷ ଅଷ୍ଟପ୍ରହରୀ ନାମଯଜ୍ଞ ଖୁବ ଧୁମଧାମରେ ଗ୍ରାମରେ ଲୋକେ ମାନେ ପାଳନ କରିଛନ୍ତି । ଏହି ନାମଯଜ୍ଞ ତିନିଦିନ ଧରି ଚାଲିଥିଲା । ୨୩ ତାରିଖ ଶୁକ୍ରବାର ଅପରାହ୍ନ ୫ ଘଟିକାରେ କଳସ ବୁଡ଼ା କାର୍ଯ୍ୟକ୍ରମ ସହ ରାତିରେ ଅଧିବାସ ହୋଇଥିଲା । ୨୪ ତାରିଖ ଶନିବାର ଭୋରୁ ନାମ ସଂକୀର୍ତନ ଆରମ୍ଭ ହୋଇ ରବିବାର ଭୋରୁ ସମାପନ କରାଯାଇଥିଲା । ରବିବାର ଦିନ ହରି ଗୋସାଇଁଙ୍କ ନଗର ପରିଭ୍ରମଣ କରାଯାଇଥିବା ବେଳେ କର୍ତ୍ତା ନିକୁଞ୍ଜ ପାଲ ଦଧି ହାଣ୍ଡି ଭଙ୍ଗା କରାଇଥିଲେ । ଏହି ନାମ ସଙ୍କୀର୍ତ୍ତନରେ ୧୦ ଦଳ ବାହାରୁ କୀର୍ତ୍ତନ ମଣ୍ଡଳୀ ଯୋଗଦାନ କରିବା ସହ ଗ୍ରାମର ଦୁର୍ଗା ମଣ୍ଡପ ଠାରୁ ପ୍ରତ୍ୟେକ କୀର୍ତ୍ତନ ମଣ୍ଡଳୀ ମାନେ ନଦିଆ କରି କରି କୁଞ୍ଜ ଭିରରକୁ ପ୍ରବେଶ କରି ପ୍ରଭୁଙ୍କ ନାମ କୀର୍ତ୍ତନ କରିଥିଲେ । ଏହି ଅଷ୍ଟପ୍ରହରୀରେ ପଞ୍ଚାୟତ ତଥା ଆଖପାଖ ଅଞ୍ଚଳର ବହୁ ଗ୍ରାମରୁ ଭକ୍ତ ମାନେ ଯୋଗଦାନ ଦେଇ ପ୍ରଭୁଙ୍କ କୃପାଲାଭ କରିବା ସହ ପ୍ରସାଦ ସେବନ କରି ଖୁସି ଆନନ୍ଦରେ ଫେରିଥିଲେ । ଗ୍ରାମର ସମସ୍ତ ଯୁବଙ୍କ ସମେତ ଓ ତା ସହିତ ଗ୍ରାମବାସୀ ମାନେ ପ୍ରଭୁଙ୍କ କାର୍ଯ୍ୟକୁ ସୁରୁଖୁରୁ ଭାବରେ ସମାପନ କରାଇଥିଲେ ।