ଛତିଶଗଡରେ ଖଣି ଖନନ ବେଳେ ଅଘଟଣ, ୪ ଜଣ ଶ୍ରମିକ ମୃତ

ମାଲକାନଗିରି, ୨୭।୨: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦାନ୍ତେୱାଡାର ବଇଲାଡିଲା ଠାରେ ଥିବା ଏନଡିସି ଲୁହାପଥର ଖଣିରେ ଖନନ ସମୟରେ ପଥର ଅତଡା ଖସି ଯାଇଥିଲା । ଯାହା ଫଳରେ ଅନେକ ଶ୍ରମିକ ପଥର ତଳେ ପୋତି ହୋଇ ରହିଥିବା ସୂଚନା ଆସିଛି । ଏହି ଘଟଣାରେ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣା ପଡିଥିବା ବେଳେ ଏପର୍ଯ୍ୟନ୍ତ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି । ପଥର ଭୂସ୍ଖଳନ ହେତୁ ଏକ ପୋକଲେନ୍ ମେସିନ୍ ମଧ୍ୟ ଏହି ଅତଡା ମଧ୍ୟରେ ଦବି ରହିଛି । ଏହି ଖନନ କାର୍ଯ୍ୟ ଏଲ୍ ଆଣ୍ଡ ଟି କମ୍ପାନୀ ଦ୍ୱାରା କରାଯାଉଥିଲା ବେଳେ ଦୁର୍ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । ବର୍ତ୍ତମାନ ବରିଷ୍ଠ ଅଧିକାରୀ ଏବଂ ଏସଡିଆରଏଫ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ରହି ରିଲିଫ୍ କାର୍ଯ୍ୟ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.