ଉପଜିଲ୍ଲାପାଳଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଠାରେ ସ୍ଥାନୀୟ ଡାରର୍ୱିନ ମେମୋରିଆଲ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟ ପରିସରରେ ପୂର୍ବତନ ମାଲକାନଗିରି ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁଙ୍କ ଉଦ୍ଦେଶ୍ୟରେ ଜିଲ୍ଲାସ୍ତରୀୟ ବେସରକାରୀ ଅନୁଦାନ ପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କ ମିଳିତ ଆନୁକୂଲ୍ୟରେ ବିଦାୟୀ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ଏହି ସଭାଟିକୁ ମାଲକାନଗିରି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଶ୍ୟାମ ସୁନ୍ଦର ନାୟକ ସଭା ପରିଚାଳନା କରିଥିଲେ l ଏହି ସଭାରେ ମୁଖ୍ୟ ଅତିଥି ରୂପେ ବାଲିମେଳା ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ଅମୁଲ୍ୟ କୁମାର ପ୍ରଧାନ, ସମ୍ମାନିତ ଅତିଥି ରୂପେ କୁଡୁମୁଲୁଗୁମ୍ମା ତହସିଲଦାର ଟିକୁନା ପୁଟା, ଆସିଷ୍ଟାଣ୍ଟ କଲେକ୍ଟର ଅଜୟ ମlଣ୍ଡାଙ୍ଗୀ, ବିଜୁ ପଟ୍ଟନାୟକ ମହାବିଦ୍ୟାଳୟ ଗୋବିନ୍ଦପାଲ୍ଲୀ ଅଧ୍ୟକ୍ଷ ସୁଜିତ ବୋଷ, ମାଲକାନଗିରି ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ଜେନା, ସମ୍ମାନିତ ଅତିଥି ରୂପେ ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ମୁଖ୍ୟ ତଥା ଜିଲ୍ଲା ଯୁବ ରେଡ଼କ୍ରସର ଆବାହକ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ବିଦାୟୀ ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁଙ୍କ ଗୁଣ ବଖାଣି ଥିଲେ l ଅନ୍ୟମାନଙ୍କ ମଧ୍ୟରେ ଗୌରୀ ବେହେରା, ସୁବ୍ରତ କୁମାର ଭଦ୍ର, ପ୍ରଶାନ୍ତ କୁମାର ପାଢ଼ୀ, ପରମାନନ୍ଦ ମହାପାତ୍ର, ପ୍ରଭାସିନୀ ମହାପାତ୍ର ଉପସ୍ଥିତ ଥିଲେ l ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାର ଉପସ୍ଥିତ ଅତିଥି ମାନେ ବିଦାୟୀ ଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁଙ୍କ କାର୍ଯ୍ୟଦକ୍ଷତା, ନିଷ୍ଠାପରତା, ସମାଜ ସେବା,ସହଯୋଗୀତା, ଆଦିବାସୀ ସଂସ୍କୃତିର ପୁନର୍ଗଠନ କ୍ଷେତ୍ରରେ ଉପଜିଲ୍ଲାପାଳଙ୍କର ମୁଖ୍ୟ ଭୂମିକା ଥିଲା l ଜଣେ ଦକ୍ଷ ଇଲେକ୍ସନ ଅଫିସର ଭାବରେ ତାଙ୍କର ଦକ୍ଷତା ତଥା ଆନ୍ତର୍ଜାତିକ ସ୍ତରରେ ତାଙ୍କର ସଫଳତା ଏବଂ ଜିଲ୍ଲାସ୍ତରରେ ସମସ୍ତ ଶିକ୍ଷାନୁଷ୍ଠାନ ପ୍ରତି ରହିଥିବା ତାଙ୍କ ମହାନୁଭବତା ଉପରେ ଉପସ୍ଥିତ ଅତିଥି ତଥା ସମସ୍ତ ଅଧ୍ୟକ୍ଷ ମାନେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ l ଏହି ବିଦାୟୀ ସମ୍ବର୍ଦ୍ଧନା ସଭାରେ ସମସ୍ତ ମହାବିଦ୍ୟାଳୟର ପ୍ରାୟ ପାଞ୍ଚଶହ ଛାତ୍ର ଛାତ୍ରୀ ସହିତ ମାଲକାନଗିରି ଜିଲ୍ଲାର ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ,ଅଧ୍ୟକ୍ଷା ଉପସ୍ଥିତ ରହିଥିଲେ l ସୁନ୍ଦର ଏବଂ ଶୃଙ୍ଖଳିତ ଆୟୋଜନ ପାଇଁ ଡାରର୍ୱିନ ମେମୋରିଆଲ ଡିଗ୍ରୀ କଲେଜ କୁଡୁମୁଲୁଗୁମ୍ମା ର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା l ବିଦାୟୀ ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁଙ୍କ ଅଭିଭାଷଣ ପରେ ତାଙ୍କୁ ମାନପତ୍ର ସହ ଉପଢୌକନ ପ୍ରଦାନ କରାଯାଇଥିଲା l ସର୍ବଶେଷରେ ସୁବ୍ରତ କୁମାର ଭଦ୍ରଙ୍କ ଦ୍ୱାରା ଉପସ୍ଥିତ ସମସ୍ତ ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ତଥା ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରାଯାଇଥିଲା l

Leave A Reply

Your email address will not be published.