ବିଜେଡିର ମିଶ୍ରଣ ପର୍ବ: ୧୦୦ରୁ ଉର୍ଦ୍ଧ୍ବ ବିଜେପିର ସକ୍ରିୟ ପ୍ରଭାବଶାଳୀ କର୍ମୀ ଦଳ ଛାଡି ବିଜୁ ଜନତା ଦଳରେ ସାମିଲ

ମାଲକାନଗିରି: ତୃଣମୂଳ ସ୍ତରରେ ବଳିଷ୍ଠ ହେଉଛି ବିଜୁ ଜନତା ଦଳ। ମାଲକାନଗିରି ନିର୍ବାଚନ ମଣ୍ଡଳୀର କାଲିମେଳା ବ୍ଲକ ଅନ୍ତର୍ଗତ ଭୁବନପାଲ୍ଲୀ ଗ୍ରାମ ପଞ୍ଚାୟତର ବିଜେପି ସକ୍ରିୟ ପ୍ରଭାବ ଶାଳୀ କର୍ମୀ ବିଭୁତି ମିସ୍ତ୍ରୀ, ଅରବିନ୍ଦ ବିଶ୍ୱାସ, କୋମଲେଶ ସରକାର, ମନୋରଞ୍ଜନ ସରକାର, ହରିପଦ ଗୋଲଦାର, ସପନ ସରଦାର, ବିଜୟ ଚୌକିଦାର, କିଶର ମଣ୍ଡଳ, ରଞ୍ଜିତ ଗାଇନ, ମିଥୁନ ମଣ୍ଡଳ, ଗୋପାଳ ମଣ୍ଡଳ, ସରଜିତ ରାୟ, ତପନ ବର, ପ୍ରେମାନନ୍ଦ କୀର୍ତ୍ତନୀୟା, ମନୋଜ ମଣ୍ଡଳ, ତାରକ ଗାଇନ, ଈଶ୍ୱର ବିଶ୍ୱାସ, ପିକେ ମଣ୍ଡଳ, ରାଜୁ ସରକାର, ପ୍ରଭାନ୍ସ ଶୀଲ, କାର୍ତିକ ଅଧିକାରୀ ପ୍ରମୁଖଙ୍କ ସହ ଶତାଧିକ କର୍ମୀ ଦଳ ଛାଡି ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମିଙ୍କ ନେତୃତ୍ୱରେ ବିଧିବଦ୍ଧ ଭାବେ ମାଲକାନଗିରି ବିଜୁ ଜନତା ଦଳରେ ଯୋଗ ହୋଇଛନ୍ତି। ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ସହ ନୂଆ ଓଡ଼ିଶା ଗଠନ ଦିଗରେ ଏକାଠି ହୋଇ କାମ କରିବାକୁ ଏହି ଅବସରରେ ସେମାନେ ସଂକଳ୍ପ ନେଇଛନ୍ତି। ଆଜିର ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ମଧ୍ୟରେ ଉପସ୍ଥିତ ଥିଲେ ମାଲକାନଗିରି ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଦୁର୍ଗା ତ୍ରିପାଠୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ୍ୟ, ଜିଲ୍ଲା ପରିଷଦ ସଭ୍ୟା ଅପର୍ଣ୍ଣା ମଣ୍ଡଳ, କାଲିମେଳା ବ୍ଲକ ସଭାପତି ଶରତ ଚନ୍ଦ୍ର ବିଶ୍ୱାଳ, ସାଂସଦ ପ୍ରତନିଧି ଇ.ଭେଙ୍କେଟ୍ ରାଓ, ବି .ଭାସ୍କର ରାଓ, କୃଷ୍ଣପଦ ମଣ୍ଡଳ, ମଧୁସୂଦନ ରାଉତ, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଓ ବିଜୁ ଜନତା ଦଳର ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.